Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜନ୍ମବାର ଅନୁଯାୟୀ ଜାଣନ୍ତୁ ବ୍ୟକ୍ତିଙ୍କ ଗୁଣ ଓ ଲକ୍ଷଣ

ରବିବାର : ରବିବାରରେ ଜନ୍ମ ହୋଇଥବା ବ୍ୟକ୍ତି ଅଭିମାନୀ, କ୍ରୋଧୀ, ହୋଇଥୁବାବେଳେ ସ୍ତ୍ରୀକୁ ଭରପୂର ସୁଖ ଦେବାର କଳା ଏମାନଙ୍କୁ ବେଶ୍‌ ଜଣାଥାଏ। ଏହାସହିତ ଏମାନେ ଧାର୍ମିକ ଓ ଭ୍ରମଣପ୍ରିୟ ହୋଇଥାଆନ୍ତି।

ସୋମବାର : ସୋମବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାଆନ୍ତି । ଭୋଗବିଳାସ ଜୀବନ ବିତାଇବାରେ ବେଶ୍‌ ଆନନ୍ଦ ପାଆନ୍ତି । ଧୀର ନୀତି ଓ ଅଳସୁଆମି ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ହେଲେ ପ୍ରିୟ ଭାଷା କହି ଅନ୍ୟର ମନ ଜିଣିବାରେ ଏମାନେ ପାରଙ୍ଗମ ହୋଇଥିବାରୁ ଅସୁବିଧାରୁ ସହଜରେ ବର୍ତ୍ତି ଯାଆନ୍ତି।

ମଙ୍ଗଳବାର : ମଙ୍ଗଳବାର ଜନ୍ମ ହୋଇଥିବା ବ୍ୟକ୍ତି ସାହାସୀ, ଚଞ୍ଚଳମତି, ଶତ୍ରୁ ବିରୋଧୀ, କ୍ଷଣକୋପୀ, ବିଦ୍ୟାପ୍ରବଣ, ବୁଦ୍ଧିମତି, ବିଭିନ୍ନ କର୍ଯ୍ୟ କରିବାରେ ବେଶ୍‌ କୌଶଳୀ ହୋଇଥିବାବେଳେ ବେଶ୍‌ ଚିନ୍ତାଶୀଳ ମଧ୍ୟ ହୋଇଥାଆନ୍ତି ।

ବୁଧବାର : ନୁଧବାର ଜନ୍ମ ହୋଇଥୁବା ବ୍ୟକ୍ତି ନ୍ୟାୟବନ୍ତ ଗୁଣୀ, ଅତିଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗବିଳାସ ପ୍ରିୟ ହୋରଥାନ୍ତି। ବିଚାର ପୂର୍ବକ ବିଭିନ୍ନ କାର୍ଯ୍ୟ କଗିଥାଆନ୍ତି ।

ଗୁରୁବାର : ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁଗୁଣର ଅଧକାରୀ, ବହୁବିଦ୍ୟାରେ ବିଚକ୍ଷଣ, ଧାର୍ମିକ ହୋଇଥିବାବେଳେ ଭ୍ରମଣ ପ୍ରିୟ ହୋଇଥାନ୍ତି। ସମୟ ସମୟରେ ପଶୁ ପରି ସ୍ୱଭାବ ଦେଖାଇଥାନ୍ତି। ଏହାସହ ଏମାନେ ମଧ୍ୟ କ୍ଷମାଶୀଳ ହୋଇଥାଆନ୍ତି ।

ଶୁକ୍ରବାର : ଶୁକ୍ରବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାଆନ୍ତି ସେମାନେ ନୀତି ନିୟମବୁ ମାନି ଚଳିବାକୁ ଚେଷ୍ଟା କରନ୍ତି । ପର ଉପକାରୀ ହୋଇଥିବାବେଳେ ଭ୍ରମଣ ପ୍ରିୟ ହୋଇଥାଆନ୍ତି। ଏମାନେ ସ୍ତ୍ରୀକୁ ସୁଖରେ ରଖିବାରେ ହେଳା କରନ୍ତି ନାହିଁ ।

ଶନିବାର : ଶନିବାର ଦିନ ଜନ୍ମ ହୋଇଥୁବା ବ୍ୟକ୍ତି କ୍ଷଣକୋପୀ ହୋଇଥିବା ବେଳେ ଚଞ୍ଚକବର୍ତ୍ତୀ, ବହୁତ ଅହଂକାରୀ, ଈର୍ଷାଳୁ ପରଧନରେ ଲୋଭ କରୁଥିବାବେଳେ ଯଶ୍ଵସୀ ମଧ୍ୟ ହୋଇଥାଆନ୍ତି ।

1214 Views

   ସମ୍ବନ୍ଧିତ ଖବର