ଇଚ୍ଛା ଥିଲା ଇଞ୍ଜିନିୟର ହେବାକୁ,କିନ୍ତୁ ବନିଯାଇଥିଲେ ରୋମାନ୍ସ କିଙ୍ଗ୍ ୟଶ ଚୋପ୍ରା : ବଲିଉଡ୍‌ରେ ପରିବର୍ତ୍ତନ କରିଥିଲେ ପ୍ରେମର ସଂଜ୍ଞା ..

Published By : Prameya-News7 Bureau | September 27, 2021 IST

ମୁମ୍ବାଇ ୨୭/୦୯ :  ଆଜି ସ୍ୱର୍ଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ଯଶ ଚୋପ୍ରାଙ୍କ ଜନ୍ମ ଦିନ । ଆଜି ତ  ସେ ଏଇ ଦୁନିଆରେ ନାହାଁନ୍ତି, କିନ୍ତୁ ହିନ୍ଦୀ ସିନେମା ପାଇଁ ସେ କରିଥିବା ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିଛି ଓ ରହିବ। କେବଳ ସେତିକି ନୁହେଁ, ତାଙ୍କୁ ରୋମାନ୍ସର ରାଜା ତଥା ରୋମାନ୍ସ କିଙ୍ଗ କୁହାଯାଉଥିଲା। ସେ ଫିଲ୍ମରେ ଦେଖା ଯାଉଥିବା ପ୍ରେମର ସଂଜ୍ଞାକୁ ପରିବର୍ତ୍ତନ କରିଥିଲେ। ତେବେ ତାଙ୍କ ନାମରେ ୬ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୮ ଟି ଫିଲ୍ମ ଫେୟାର ପୁରସ୍କାର ଥିଲା । ସେ ଭାରତର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାତା ଭାବରେ ପରିଗଣିତ ହୁଅନ୍ତି। ତାଙ୍କ ସମ୍ମାନାର୍ଥେ ଭାରତ ସରକାର ତାଙ୍କୁ ୨୦୦୧ ରେ ଦାଦାସାହେବ ଫାଲକେ ପୁରସ୍କାର ଏବଂ ୨୦୦୫ରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ।

ସେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ କିନ୍ତୁ ଏହାପୂର୍ବରୁ ସେ ତାଙ୍କ ଭାଇ ବି.ଆର ଚୋପ୍ରାଙ୍କ ସହ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ତାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ୟଶ ବହୁତ ପ୍ରତିଭାଶାଳୀ ଥିଲେ, ୟଶ ଚୋପ୍ରା ତାଙ୍କର ଶେଷ ସାକ୍ଷାତକାରରେ କହିଥିଲେ ଯେ ସେ ହିଁ ତାଙ୍କୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ପ୍ରତି ଧ୍ୟାନ ଦେବା ବିଷୟରେ କହିଥିଲେ। ଏହି ଜିନିଷ ତାଙ୍କ ହୃଦୟକୁ ଛୁଇଁଥିଲା ଏବଂ ତା’ପରେ ସେ ତାଙ୍କ ଭାଇ ବି.ଆର ଚୋପ୍ରାଙ୍କ ସହ କାମ ନକରି ନିଜେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସ୍ଥିର କଲେ । ଯେତେବେଳେ ସେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ, ଭି ଶାନ୍ତା ରାମ, ତାଙ୍କ ପ୍ରତିଭା ଦେଖି ତାଙ୍କୁ ତାଙ୍କ ଷ୍ଟୁଡିଓରେ ଏକ ଛୋଟ ଘର ଦେଇଥିଲେ । ଆଜି ସେହି କମ୍ପାନୀ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ କମ୍ପାନୀ ହୋଇପାରିଛି ।

wp:html
/wp:html

ସେ ଏହି ଘରର ନାମ 'ୟଶ ରାଜ ଫିଲ୍ମସ୍' ରଖିଥିଲେ। ୟଶ ରାଜ ଫିଲ୍ମ ପ୍ରଡକ୍ସନରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ରଟି ହେଲା ରାଜେଶ ଖାନ୍ନା, ଶର୍ମିଲା ଟାଗୋର ଏବଂ ରାଖୀ ଅଭିନୀତ 'ଦାଗ'। ୭୦ ଦଶକ ତାଙ୍କ ପାଇଁ ବହୁ ସଫଳ ହୋଇଥିଲା । ସେ 'ଦିୱାର', 'କଭୀ କଭୀ' ଏବଂ 'ତ୍ରିଶୂଲ' ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ। ସେ ଅମିତାଭ ବଚ୍ଚନଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ୟଶ ଚାପ୍ରା ଶ୍ରୀଦେବୀଙ୍କ ରୋମାଣ୍ଟିକ୍ ମ୍ୟୁଜିକ୍ 'ଚାନ୍ଦନୀ' ଏବଂ 'ଲମହେ' ସହ କାମ କରିଥିଲେ। ଏହି ଦୁଇଟି ଚଳଚ୍ଚିତ୍ର ବଲିଉଡର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରେ ଗଣାଯାଏ । ୧୯୯୩ରେ, ୟଶ ଚୋପ୍ରା ସାଇକୋଲୋଜିକାଲ ଥ୍ରୀଲର ଡର୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଶାହାରୁଖ ଖାନଙ୍କ ସହ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ଏହା ପରେ ତାଙ୍କର ସବୁଠାରୁ ସୁପରହିଟ୍ ଫିଲ୍ମ 'ଦିଲୱାଲେ ଦୁଲହନିଆ ଲେ ଜୟେଙ୍ଗେ'ରେ ନିଜର ପରିଚୟ ଖୁବ୍‌ ହାସିଲ୍‌ କରିଥିଲେ।  

wp:gallery {"ids":[518097],"linkTo":"none"} /wp:gallery

ଏହି ଚଳଚ୍ଚିତ୍ର ଗୁଡ଼ିକରେ ୧୯୯୫ ମସିହାରେ 'ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ', ୧୯୯୭ ମସିହାରେ 'ଦିଲ ତୋ ପାଗଲ ହେ', ୨୦୦୦ ମସିହାରେ 'ମୋହବତେନ',୨୦୦୪ ମସିହାରେ 'ଭୀର-ଜରା' ଏବଂ ୨୦୦୧୨ ରେ 'ଜବ ତକ୍ ହେ ଜାନ' ଭଳି ଫିଲ୍ମ କରିଥିଲେ। ଏହି ଚଳଚ୍ଚିତ୍ରଗୁଡ଼ିକ ଶାହାରୁଖ ଖାନଙ୍କୁ ବଲିଉଡର ସବୁଠାରୁ ରୋମାଣ୍ଟିକ ହିରୋ ବନାଇ ଦେଇଥିଲା । ତେବେ ଏହି ଟ୍ୟାଗ ଆଜି ପର୍ଯ୍ୟନ୍ତ ଶାହାରୁଖଙ୍କୁ ବିବେଚିତ କରେ ।

wp:gallery {"ids":[518103],"linkTo":"none"} /wp:gallery

ୟଶ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଶେଷ ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ସହ ହୋଇଥିଲା। ଏହି ଚଳଚ୍ଚିତ୍ରର ନାମ ଥିଲା 'ଜବ୍ ତକ୍‌ ହେ ଜାନ'। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍ ଏବଂ ଅନୁଷ୍କା ଶର୍ମା ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମ ମଧ୍ୟରେ ୟଶ ଚୋପ୍ରାଙ୍କୁ ଡେଙ୍ଗୁ ଜ୍ୱର ହୋଇଥିଲା ଏବଂ ଏହି ଚଳଚ୍ଚିତ୍ରର ପ୍ରଡକ୍ସନ୍ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ଏକ ମାସ ପରେ ଜବ୍‌ ତକ ହେ ଜାନ' ବଡ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ମଧ୍ୟ କରାଯାଇଥିଲା। ୟଶ ଚୋପ୍ରା ସେହିଭଳି ପୁରୁଣା କାହାଣୀ ଠାରୁ ଦୂରେଇ ଯାଇ ପରଦାରେ ରୋମାନ୍ସର ବା ପ୍ରେମର ଏକ ନୂଆ ରଙ୍ଗ ଆଣିଥିଲେ। ୟଶ ଚୋପ୍ରା ଅନେକ କଳାକାରଙ୍କୁ ଷ୍ଟାର କରିଥିଲେ ।

{"id":518100,"sizeSlug":"full","linkDestination":"none"}

ୟଶ ଚୋପ୍ରା ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରେ 'କଭୀ କଭୀ', 'ତ୍ରିଶୂଲ', 'କାଲା ପଥର', 'ସିଲସିଲା', 'ଡର', 'ଦିଲ ତୋ ପାଗଲ ହେ, 'ଭିର ଜରା' ଏବଂ 'ଜବ ତକହେ ଜାନ୍ ଭଳି ଅନେକ ଚଳଚ୍ଚିତ୍ର କରିଛନ୍ତି। ଏହାରି ମଧ୍ୟରୁ ଜବ୍‌ ତକ୍‌ ହେ ଜାନ୍‌ ଫିଲ୍ମଟି ଏକ ବ୍ଲକ ବୁଷ୍ଟର ହୋଇଥିଲା । ଏହି ସମସ୍ତ ଚଳଚ୍ଚିତ୍ର ତାଙ୍କୁ କିଙ୍ଗ ଏବଂ ରୋମାନ୍ସ ରେ ବିବେଚିତ କରିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.