ମନେ ପଡନ୍ତି ବିଜୁ ବାବୁ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ

Published By : Prameya-News7 Bureau | March 05, 2020 IST

କଟକ ।୩: ଆଜି ପଞ୍ଚାୟତିରାଜ ଦିବସ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । କଟକ ବାଲିଯାତ୍ରା ପଡିଆରେ ହୋଇଛି ବ୍ୟାପକ ଆୟୋଜନ । ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ମୁଖ୍ୟମନ୍ତ୍ରୀ କଟକ କିଲ୍ଲା ପଡିଆରେ ପହଞ୍ଚିବା ପରେ ପ୍ରଥମେ ବାରବାଟୀ ଷ୍ଟାଡିୟମକୁ ଯିବେ । ସେଠାରେ ଚାଲିଥିବା ରାଜ୍ୟସ୍ତରୀୟ ଆଦିବାସୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଉତ୍ସବରେ ଯୋଗଦେବେ । ପରେ ତଳ ବାଲିଯାତ୍ରା ପଡିଆରେ ପହଞ୍ଚି ଏସସିବି ମେଡିକାଲର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ହୋଇଥିବାରୁ କଟକ ଜିଲ୍ଲାପାଳ, ଡିସିପି ଏବଂ ସିଏମସି କମିଶନର ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହାସହ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଶାସକ ଦଳର ବିଧାୟକ ମାନେବି କ୍ଷେତ୍ର ନୀରିକ୍ଷଣ କରିଛନ୍ତି ।

ଆଜି ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କଟକ ଜିଲ୍ଲା ସମେତ ଢେଙ୍କାନାଳ ଜିଲ୍ଲାରୁ ପ୍ରାୟ ୬୦ ହଜାରରୁ ଅଧିକ ଲୋକ ସାମିଲ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.