Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ହିରାକୁଦ ହିଣ୍ଡାଲ୍‌କୋରେ ନୂଆ ନିବେଶ କରିବ ବିର୍ଲା, ସ୍ଥାପନ ହେବ ୩ଟି ଏକ୍ସଟ୍ରୁସନ ପ୍ରେସ୍‌

2/08/2021 at 3:30 AM

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨/୮: ଓଡ଼ିଶାର ହୀରାକୁଦରେ ଥିବା ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଏହାର ପ୍ଲାଣ୍ଟରେ ନୂଆ ନିବେଶ କରିବା ନେଇ ଜଣାପଡ଼ିଛି । ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏହି ପ୍ଲାଣ୍ଟର ଫ୍ଲାଟ୍‌ ରୋଲିଙ୍ଗ୍‌ କ୍ଷମତା ବଢ଼ାଇବା ପାଇଁ ପୁଞ୍ଜିନିବେଶ କରାଯିବ ବୋଲି ଜଣାପଡ଼ିଛି । ହୀରାକୁଦ ସମେତ ଦେଶରେ ଥିବା ଏହାର ୩ଟି ପ୍ଲାଣ୍ଟରେ କମ୍ପାନି ମୋଟ ୮,୦୦୦ରୁ ୧୦,୦୦୦ କୋଟି ଟଙ୍କା ନିବେଶ ଲାଗି ଯୋଜନା କରୁଛି ।


ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଦାଦ୍ରା ଓ ନଗର ହାବେଳିର ସିଲବାସା ଏବଂ ଗୁଜରାଟର ମୁନ୍ଦ୍ରାରେ ଥିବା ନିଜ ପ୍ଲାଣ୍ଟରେ ମଧ୍ୟ ନିବେଶ କରିବ ବୋଲି ଜଣାପଡ଼ିଛି । ସିଲବାସାରେ କମ୍ପାନି ନୂଆ ଏକ୍ସଟ୍ରୁସନ ପ୍ଲାଣ୍ଟ ସ୍ଥାପନ କରିବାକୁ ଥିବା ବେଳେ ମୁନ୍ଦ୍ରାରେ ଏକ ଗ୍ରିନଫିଲ୍ଡ ସାଇଟରେ ରିସାଇକ୍ଲିଙ୍ଗ କାରଖାନା ବସାଇବ । ଏହାର ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ତଥ୍ୟରେ ଏହି ସୂଚନା ଦେଇଛି କମ୍ପାନି ।


ହିଣ୍ଡାଲ୍‌କୋର ହୀରାକୁଦ ପ୍ଲାଣ୍ଟର ଫ୍ଲାଟ୍‌ ରୋଲ୍‌ଡ ଉତ୍ପାଦର ଉତ୍ପାଦନ କ୍ଷମତା ବାର୍ଷିକ ୩,୪୦,୦୦୦ ଟନ୍‌ ହେବା ନେଇ ଆକଳନ କରାଯାଇଛି । ସେହିଭଳି ସିଲବାସାରେ ଏକ୍ସଟ୍ରୁସନ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୩୪,୦୦୦ ଟନ୍‌ ହେବ । ନିର୍ମାଣ, ଅଟୋମୋବାଇଲ ଓ ପରିବହନ, ଇଲେକ୍ଟ୍ରିକାଲ, ଉପଭୋକ୍ତା ଏବଂ ଶିଳ୍ପ ସାମଗ୍ରୀ କ୍ଷେତ୍ରର ପ୍ରିମିୟମ ଗ୍ରାହକମାନଙ୍କୁ ସେବା ଯୋଗାଇବା ଲାଗି ଏଠାରେ ୩ଟି ଏକ୍ସଟ୍ରୁସନ ପ୍ରେସ୍‌ ସ୍ଥାପନ ପାଇଁ ଯୋଜନା ରହିଛି ।

ଅନ୍ୟପକ୍ଷରେ ଗୁଜରାଟର ମୁନ୍ଦ୍ରାଠାରେ ଏକ ନୂଆ ଏକ୍ସଟ୍ରୁସନ ତଥା ରିସାଇକ୍ଲିଙ୍ଗ ୟୁନିଟ୍‌ ସ୍ଥାପନ କରାଯିବ । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୯୩,୦୦୦ ଟନ୍‌ ହେବ ବୋଲି ଆଶା କରାଯାଉଛି । ଭାରତରେ ଫ୍ଲାଟ ରୋଲ୍‌ଡ ଉତ୍ପାଦ (ଏଫ୍‌ଆର୍‌ପି) ଏବଂ ଏକ୍ସଟ୍ରୁସନ ସେଗମେଣ୍ଟରେ ଚାହିଦା ବୃଦ୍ଧି ପାଉଥିବାରୁ କମ୍ପାନି ଏ କ୍ଷେତ୍ରରେ ନିବେଶ ପାଇଁ ଯୋଜନା କରୁଛି ।


ଦେଶରେ ଆଲୁମିନିୟମ୍‌ ଚାହିଦା ବିଶ୍ୱ ଚାହିଦା ତୁଳନାରେ କମ୍‌ ରହିଛି । ଭାରତରେ ମୁଣ୍ଡ ପିଛା ଆଲୁମିନିୟମ୍‌ ବ୍ୟବହାର ମଧ୍ୟ କମ୍‌ ରହିଛି । ତେଣୁ ମଧ୍ୟମ ଅବଧି ବା ଦୀର୍ଘମିଆଦୀ ଭାବେ ଏହି ଚାହିଦା ବଢ଼ିପାରିବ ବୋଲି ଆଶା କରାଯାଉଛି । ତା’ଛଡ଼ା ପ୍ୟାକେଜିଂ, ନିର୍ମାଣ ଓ ପରିବହନ କ୍ଷେତ୍ର ମଧ୍ୟ ପଛୁଆ ରହିଛି । କମ୍ପାନି ଏ ସବୁକୁ ଦୃଷ୍ଟିରେ ରଖି ନୂଆ ଅନ୍ୱେଷଣ କରି ଅଧିକ ନିବେଶ କରିବ ବୋଲି କହିଛି ।

   Related Posts