Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ରାଉରକେଲା ବିର୍ଜୁ ତାଳଚେରରୁ ଉଦ୍ଧାର, ୨ ଦିନ ତଳେ ହୋଇଯାଇଥିଲେ ନିଖୋଜ

5/01/2021 at 12:00 PM

ରାଉରକେଲା ୦୫।୦୧: ନିଖୋଜ ବିର୍ଜୁ ଉଦ୍ଧାର । ଅନୁଗୁଳ ଜିଲ୍ଲା ତାଳଚେର ବଜାରରେ ବୁଲୁଥିବା ବେଳେ ଉଦ୍ଧାର କଲା ପୋଲିସ । ତାଳଚେର ପୋଲିସ ସହାୟତାରେ ଉଦ୍ଧାର କରିଛି ସୁନ୍ଦରଗଡ ପୋଲିସ । ଉଦ୍ଧାର ପରେ ବିର୍ଜୁକୁ ସୁନ୍ଦରଗଡ଼ ଅଣାଯାଉଛି । ପୋଲିସର ସ୍ୱତନ୍ତ୍ର ପୋଲିସ ସହାୟତାରେ ସୁନ୍ଦରଗଡ଼ ଅଣାଯାଉଛି ।

ଖବର ଅନୁଯାୟୀ, ଦୀର୍ଘ ୨୦ ବର୍ଷ ପରେ ପାକିସ୍ତାନରୁ ଫେରିଥିବା ବିର୍ଜୁ କୁଲୁ ରବିବାର ଦିନ ପୁଣି ନିଖୋଜ ହୋଇଯାଇଥିଲେ । ରବିବାର ରାତି ୧ଟା କୁଆଡ଼େ ଚାଲିଥିବା ପରିବାର ଲୋକେ କହିଥିଲେ। ବିର୍ଜୁ କୁଲୁ ନିଖୋଜ ପରେ ଭଉଣୀ ବେର୍ଣ୍ଣାଦେତ କୁଲୁ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଜେଲରେ ଦିନ କାଟିଥିବା ବିର୍ଜୁ ଜନ୍ମମାଟିକୁ ଫେରିଥିଲେ। ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲରୁ ସେ ମୁକୁଳିଥିଲେ।

ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ନଭେମ୍ବର ୧୩ ତାରିଖରେ ବିର୍ଜୁ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧିନ ଜଙ୍ଗରପଡା ଗାଁରେ ପାଦ ଥାପିଥିଲେ। ଜନ୍ମମାଟିକୁ ଫେରିବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିର୍ଜୁ କୁଲୁ ପୁଣି ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲେ । ତେବେ ନିଖୋଜର ୨ ଦିନ ପରେ ବିର୍ଜୁକୁ ଉଦ୍ଧାର କରିଛି ସୁନ୍ଦରଗଡ଼ ପୋଲିସ । ତାଳଚେରରୁ ଉଦ୍ଧାର କରିଛି ସୁନ୍ଦରଗଡ଼ ପୋଲିସ ।

   Related Posts