Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

୨୦ବର୍ଷ ପାକିସ୍ତାନ ଜେଲ୍‌ରେ ରହିବା ପରେ ଘରକୁ ଫେରୁଛନ୍ତି ବିର୍ଜୁ କୁଲୁ, ପହଞ୍ଚିଛନ୍ତି ଝାଡଖଣ୍ଡ ଗୁମଲାରେ

13/11/2020 at 7:53 AM

ରାଉରକେଲା ୧୨।୧୧: ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଲାହୋର କୋଟ ଲାଖପତ ଜେଲରେ ରହିବା ପରେ ଘରକୁ ଫେରୁଛନ୍ତି ସୁନ୍ଦରଗଡ କୁତ୍ରା ଥାନା କଟଙ୍ଗ ଝଗରପଡାର ବିର୍ଜୁ କୁଲୁ । ବିର୍ଜୁ ଗତକାଲି ବିଳମ୍ବିତ ରାତିରେ ପହଁଚିଛି ଝାଡ଼ଖଣ୍ଡ ଗୁମଲାରେ । ବିର୍ଜୁଙ୍କ ସାଙ୍ଗରେ ଅଛନ୍ତି କୁତ୍ରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ ।

ମାନସିକ ଅନଗ୍ରସର ବିର୍ଜୁ ୨୫ ବର୍ଷ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ । ଗତ ବର୍ଷ କୁତ୍ରା ପୋଲିସ ବିର୍ଜୁଙ୍କ ଘର କଟଙ୍ଗ ଝଗରପଡା ଯାଇ ଜଣାଇଥିଲା ବିର୍ଜୁ ଜୀବିତ ଅଛନ୍ତି । ତାହା ବି ୨୦ବର୍ଷ ଧରି ପାକିସ୍ତାନ ଜେଲରେ । ଗତ ୨୬ ତାରିଖରେ ପାକିସ୍ତାନ ବିର୍ଜୁଙ୍କୁ ଓ୍ବାଘା ବର୍ଡର ଦେଇ ଭାରତକୁ ହସ୍ତାନ୍ତର କରିଛି ।

ସ୍ଵଦେଶ ଫେରିବା ପରେ ବିର୍ଜୁଙ୍କୁ ଅମୃତସର ନାରାୟଣ ଗଞ୍ଜ କ୍ବାରେଣ୍ଟାଇନ୍ ସେଣ୍ଟରରେ । ଗତ ୬ ତାରିଖ କୁତ୍ରା ପ୍ରଶାସନ ତରଫରୁ ବିର୍ଜୁଙ୍କୁ ଆଣିବା ପାଇଁ ବାହାରିଥିଲା ଏକ ଟିମ୍ । ଟିମ୍ ରେ ଥିଲେ କୁତ୍ରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂଙ୍କ ସହ ଦୁଇ ଡ୍ରାଇଭର । ବିର୍ଜୁଙ୍କୁ ଧରି ଗତ ୧୦ ତାରିଖ ସକାଳେ ଅମୃତସରରୁ ସୁନ୍ଦରଗଡ ମୁଖେ ବାହାରିଥିଲେ । ଆଉ ଗୁରୁବାର ବିଳମ୍ବିତ ରାତିରେ ପହଁଚିଛନ୍ତି ଝାଡ଼ଖଣ୍ଡର ଗୁମଲାରେ । ଶୁକ୍ରବାର ଦିନ ୧୧ଟା ସୁଦ୍ଧା ବିର୍ଜୁ ପହଞ୍ଚିବେ ସୁନ୍ଦରଗଡ କୁତ୍ରା । ବିର୍ଜୁଙ୍କ ଆଗମନରେ କୁତ୍ରା ପ୍ରଶାସନ ସ୍ବାଗତ କରିବା ପାଇଁ ଅଛି ପୁରା ପ୍ରସୂତୀ ।

   Related Posts