Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭିଟାମାଟିକୁ ଫେରୁଛନ୍ତି ବିର୍ଜୁ କୁଲୁ, ୨୦ବର୍ଷ ଲାହୋର ଜେଲ୍‌ରେ ରହିବା ପରେ ହୋଇଛନ୍ତି ମୁକ୍ତ

10/11/2020 at 11:27 AM

ରାଉରକେଲା ୧୦।୧୧: ସୁନ୍ଦରଗଡ କୁତ୍ରା ବ୍ଲକ୍ କଟଙ୍ଗ ଜଙ୍ଗାରପଡା ଗାଁରକୁ ଫେରୁଛନ୍ତି ବିର୍ଜୁ କୁଲୁ । ବିର୍ଜୁ କୁଲୁ ୨୦ବର୍ଷ ପାକିସ୍ତାନର ଲାହୋର ଜେଲରେ ରହିବା ପରେ ଗତ ୨୬ ତାରିଖରେ ମୁକ୍ତ ହୋଇଥିଲା । ଓ୍ବାଘା ସୀମାଦେଇ ସ୍ବଦେଶ ଫେରିଥିଲେ ବିର୍ଜୁ । ସ୍ବେଦେଶ ଫେରିବା ପରେ ବିର୍ଜୁଙ୍କୁ ଅମୃତସର ନାରାୟଣଗଞ୍ଜ କ୍ଵାରେଣ୍ଟଟାଇନ ସେଣ୍ଟରରେ ରଖାଯାଇଥିଲା ।

ତେବେ ବିର୍ଜୁଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬ ତାରିଖରେ ଅମୃତସର ଅଭିମୁଖେ ବାହାରିଥିଲା । ଗତ ଶୁକ୍ରବାର ଦିନ ଗାଡିକୁ ପୂଜାର୍ଚ୍ଚନା କରିବା ପରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ପତାକା ଦେଖାଇଥିଲେ । ଏହାପରେ ଗାଡିଟି ଅମୃତସର ଅଭିମୁଖେ ବାହାରିଥିଲା ।

ସୋମବାର ଦିନ କୁତ୍ରା ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ ବିର୍ଜୁଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ସକାଳୁ ବିର୍ଜୁ ସୁନ୍ଦରଗଡ ଫେରୁଥିବା ନେଇ ସୂଚନା ମିଳିଛି ।

   Related Posts