ଦୀର୍ଘ ୨୫ବର୍ଷ ପରେ ଜନ୍ମମାଟିକୁ ଫେରିଲେ ବିର୍ଜୁ କୁଲୁ, ଶୋଭାଯାତ୍ରାରେ ଗାଁକୁ ନିଆଗଲା

Published By : Prameya-News7 Bureau | November 13, 2020 IST

ରାଉରକେଲା ୧୩।୧୧: ଦୀର୍ଘ ୨୦ବର୍ଷ ପରେ ପାକିସ୍ତାନରୁ ଫେରି ଜନ୍ମମାଟିରେ ପହଞ୍ଚିଲେ ବିର୍ଜୁ କୁଲୁ । ସୁନ୍ଦରଗଡ କୁତ୍ରାରେ ପହଞ୍ଚିଲେ ବିର୍ଜୁ କୁଲୁ । ସେ କୁତ୍ରା ବ୍ଲକ୍ ଅଫିସ ନିକଟରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ସ୍ବାଗତ କରାଯାଇଥିଲା । କୁତ୍ରା ବ୍ଲକ୍ ଅଧିକାରୀ ଏବଂ କର୍ମଚାରୀମାନେ ବିର୍ଜୁ କୁଲୁଙ୍କୁ ପାକିସ୍ତାନରୁ ଫେରିଥିବାରୁ ସ୍ବାଗତ କରିଛନ୍ତି । ଦୀର୍ଘ ୨୦ ବର୍ଷ ପରେ ସୁନ୍ଦରଗଡରେ ପହଞ୍ଚିଛନ୍ତି ବିର୍ଜୁ କୁଲୁ ।

{"id":361094,"sizeSlug":"large"}

ଦୀର୍ଘ ବର୍ଷ ଧରି ସେ ପାକିସ୍ତାନର ଲାହୋରରେ କୋଟ୍ ଲାଖପତ୍ ଜେଲରେ ରହିଥିଲେ । ମାନସିକ ଅନଗ୍ରସର ବିର୍ଜୁ ୨୫ ବର୍ଷ ତଳେ ଘରୁ କୁଆଡେ ଚାଲିଯାଇଥିଲେ । ଗତ ଅକ୍ଟୋବର ୨୬ରେ ପାକିସ୍ତାନରେ ବିର୍ଜୁଙ୍କୁ ୱାଘା ବର୍ଡରରେ ଭାରତକୁ ହସ୍ତାନ୍ତର କରାଯାଇଥିଲା । ଗତ ୨୬ ତାରିଖରେ ସ୍ଵଦେଶ ଫେରିବା ପରେ ବିର୍ଜୁଙ୍କୁ ରଖାଯାଇଥିଲା ଅମୃତସର ନାରାୟଣଗଞ୍ଜ ସ୍ଥିତ କ୍ବାରେଣ୍ଟାଇନ୍ ସେଣ୍ଟରରେ ।

{"id":360887,"sizeSlug":"large"}

ଗତ ୬ ତାରିଖରେ ବିର୍ଜୁଙ୍କୁ ଆଣିବା ପାଇଁ ଏକ ବୋଲେରୋରେ କୁତ୍ରା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂଙ୍କ ସହ ଯାଇଥିଲେ ୨ ଜଣ ଡ୍ରାଇଭର । ବିର୍ଜୁଙ୍କୁ ଧରି ଗତ ୧୦ ତାରିଖ ସକାଳେ ଅମୃତସରରୁ ସୁନ୍ଦରଗଡ ଅଭିମୁଖେ ନେଇ ଫେରିଥିଲେ । ଆଉ ଗୁରୁବାର ବିଳମ୍ବିତ ରାତିରେ ସେମାନେ ପହଞ୍ଚିଥିଲେ ଝାଡଖଣ୍ଡର ଗୁମଲାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.