ଦୁଇ ମାସରେ ଟିକା ନେଇଥିଲେ ୫୮ ଜଣ, ବିରିୟାନୀ ଏବଂ ଦାମୀ ଉପହାର ଘୋଷଣା ପରେ ୩ ଦିନରେ ୩୪୫ ଜଣ ନେଲେ ଭ୍ୟାକସିନ୍‌

Published By : Prameya-News7 Bureau | June 03, 2021 IST

ଚେନ୍ନାଇ ୩/୬: କରୋନା ଟିକାକରଣ ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଉପହାର ଘୋଷଣା କରାଯାଉଛି। ଟିକା ନେବାକୁ ଲୋକମାନଙ୍କ ମନରେ ଆଗ୍ରହ ଆଣିବାକୁ ଖାଦ୍ୟ ସାଙ୍ଗକୁ ବିଭିନ୍ନ ଉପହାର ଦିଆଯାଉଛି। ଚେନ୍ନାଇର ମଛୁଆରାରେ ଏକ ଗାଁରେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ବିରିୟାନୀ ଏବଂ ମାଗଣା ଉପହାର ଘୋଷଣା କରିଛି ଏକ ଏନଜିଓ। ଏନଜିଓର ଏହି ଫର୍ମୂଲା କାମ କରୁଥିବା ବେଳେ ଅଧିକରୁ ଅଧିକ ଲୋକେ ଟିକା ନେବାକୁ ଆସୁଥିବା ଜଣପାଡ଼ିଛି।

{"id":461014,"width":663,"height":497,"sizeSlug":"large","linkDestination":"none"}

କୋବଲମ ଗାଁର ଲୋକସଂଖ୍ୟା ୧୪,୩୦୦। ସେମାନଙ୍କ ମଧ୍ୟରେ ୬,୪୦୦ ଜଣ ୧୮ ବର୍ଷରୁ ଅଧିକ ବୟସର। ଦୁଇ ମାସରେ ଏଠାରେ କେବଳ  ୫୮ ଜଣ କରୋନା ଟିକା ନେଇଥିଲେ ବୋଲି ଏସଟିଏମ ଫାଉଁଣ୍ଡେସନର ମୁଖ୍ୟ କହିଛନ୍ତି। କିନ୍ତୁ ଏହା ପରେ ଲୋକଙ୍କ ଆଗ୍ରହ ବଢ଼ାଇବାକୁ ଗାଁର କିଛି ପଢ଼ୁଆ ଲୋକ ଏନଜିଓ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ୩ ଟ୍ରଷ୍ଟର ସଦସ୍ୟ ଟିକା ନେଲେ ମାଗଣା ଖାଦ୍ୟ ମିଳିବ ବୋଲି ଘୋଷଣା କରିଥିଲେ। ପରେ ପରେ କେବଳ ୩ ଦିନରେ ୩୪୫ ଲୋକ ଟିକା ନେଇଛନ୍ତି।

ଲକି ଡ୍ର ଯୋଜନା ଅନେକ ଲୋକଙ୍କୁ ଟିକା ନେବାକୁ ଆକର୍ଷିତ କରୁଛି। ବିରିୟାନୀ ଏବଂ ଲକି ଡ୍ର ଯୋଗୁ ଲୋକେ ଟିକା ନେବାକୁ ଆଗକୁ ଆସୁଥିବା ସଂଗଠନର ମୁଖ୍ୟ କହିଛନ୍ତି। ସାପ୍ତାହିକ ଲକି ଡ୍ର ଅନୁସାରେ ବିଜେତାଙ୍କୁ ଗ୍ରାଇଣ୍ଡର, ସୁନା ମୂଦ୍ରା ଆଦି ମିଳୁଛି। ବମ୍ପର ଅଫର ମାଧ୍ୟମରେ ଲଭାର୍ଥୀଙ୍କୁ ଫ୍ରିଜ୍‌, ଓ୍ବାସିଂ ମେସିନ୍‌ ଏବଂ ଏପରିକି ଏକ ସ୍କୁଟର ମିଳିପାରିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.