ଡିସେମ୍ବର ମାସରେ ନର୍ସ ନିହାରିକା ଓ କିଶୋରର ହୋଇଥାନ୍ତା ବାହାଘର, ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସଂପୃକ୍ତ

Published By : Prameya-News7 Bureau | September 18, 2019 IST

ଜଗତସିଂହପୁର।କଟକ ୧୮।୯: ଆସନ୍ତା ଡିସେମ୍ବର ମାସରେ ନିହାରିକା ପାତ୍ର ଓ କିଶୋର ଆଞ୍ଚଲଙ୍କର ବାହାଘର ହୋଇଥାନ୍ତା । ତେବେ ତାପୂର୍ବରୁ ଏମିତି କଣ ହେଲା ଯେ, ବିଲୁଆଖାଈ ନଈପଠାରୁ ନିହାରିକା ପାତ୍ରଙ୍କ ଗଳିତ ଶବ ଅଖା ଭିତରୁ ମିଲିଲା । ବିରିଡି ପୋଲିସ ଘଟଣାର ଆମୂଳଚୂଳ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ଜଣେ ନୁହେଁ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ଏପଟେ ୮ତାରିଖ ଦିନ ୪ଟାବେଳେ  କଟକ କଲ୍ୟାଣନଗରରେ ଥିବା ଏମଏମ ମେଡିକେୟାର ନର୍ସିଂହୋମରୁ ନିହାରିକା ବାହାରିଯିବାବେଳର ସିସିଟିଭି ଫୁଟେଜ ନର୍ସିଂ ହୋମ ପକ୍ଷରୁ ଜାରି କରାଯାଇଛି । ବିରିଡି ପୋଲିସ ସମ୍ପୃକ୍ତ ଫୁଟେଜକୁ ମଧ୍ୟ ଯାଞ୍ଚ କରିବ ବୋଲି କହିଛି ।

{"id":159029}

ଘଟଣା ପରେ କିଶୋର ଆଞ୍ଚଲ ଫେରାର ଥିବାରୁ ତା ଉପରେ ସନ୍ଦେହ ଘନୀଭୂତ ହେଉଥିବାବେଳେ କିଶୋରଙ୍କ ମା ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, କିଶୋର ଆଉ ନିହାରିକା(ରୂପାଲି) ପରସ୍ପରକୁ ନିବିଡଭାବେ ଭଲ ପାଉଥିଲେ । ତା ଛଡା ଆସନ୍ତା ଡିସେମ୍ବର ମାସରେ ଉଭୟଙ୍କ ବିବାହ କରିବା ଲାଗି ସେ ସ୍ଥିର କରିଥିଲେ । ଏଥିପାଇଁ ଘରର ଛାତ କାମ ମଧ୍ୟ ଚାଲିଥିଲା । କିଶୋର ରୂପାଲିକୁ ଏତେ ଭଲ ପାଉଥିଲା ଯେ, ସେ ଏଭଳି ଜଘଣ୍ୟ କାମ କେବେ କରିନଥିବ ବୋଲି ସେ କହିଛନ୍ତି । କିଶୋର କୌଣସି କାମ କରୁନଥିଲା । ସେ ବିଭିନ୍ନ ଆଡେ ଚାକିରୀ ଲାଗି ଆପ୍ଲାଏ କରୁଥିଲା । ନିକଟରେ ଏକ ଇଣ୍ଟର୍ଭ୍ୟୁ ଦେବା ଲାଗି ବଲାଙ୍ଗିର ଯାଇଥିଲା ବୋଲି ତା ମା ପ୍ରକାଶ କରିଛନ୍ତି ।

{"id":159311}

ଅପରପକ୍ଷରେ ଜଗତସିଂହପୁର ଏସଡିପିଓ ଆଜି ସ୍ପଷ୍ଟ ତରିଛନ୍ତି ଯେ, ଏହି ଘଟଣାର ଅନୁସଂଧାନ ବିରିଡି ପୋଲିସ କରିବ । ମଧୁପାଟଣା ପୋଲିସ ସହ ମିଶି ମିଳିତ ତଦନ୍ତ ହେବ ନାହିଁ । ଆବଶ୍ୟକ ପଡିଲେ ମଧୁପାଟଣା ପୋଲିସର କେବଳ ସହାୟତା ନିଆଯିବ ବୋଲି ସେ କହିଛନ୍ତି । ଏହି ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ଏପର୍ଯ୍ୟନ୍ତ ପୋଲିସ କାହାକୁ ଅଟକ ରଖି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ କିଶୋରର ମା ଓ ବାପାଙ୍କୁ ଜେରା କରାଯାଇଥିବା ସେ ସୂଚନା ଦେଇଛନ୍ତି । ଅତିଶୀଘ୍ର ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ ହେବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।

{"id":159312}

ଆଜି କଟକ ଏସସିବିରେ ମୃତ ନିହାରିକାଙ୍କର ଶବ ବ୍ୟବଚ୍ଛେଦ ହୋଇଛି । ତେବେ ଶବ ସମ୍ପୂର୍ଣ୍ଣଭାବେ ପଚିଯାଇଥିବାରୁ ଏହାର ଅନ୍ୟାନ୍ୟ ସାଇଣ୍ଟିଫିକ ଟେଷ୍ଟ ମଧ୍ୟ ହେବ ବୋଲି ଜଗତସିଂହପୁର ଏସଡିପିଓ ସୂଚନା ଦେଇଛନ୍ତି ।

{"id":159313}

ସୂଚନାଯୋଗ୍ୟ ଯେ, ଗତକାଲି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଇ ପଠାରୁ  ନର୍ସ ନିହାରିକା ପାତ୍ର(ରୂପାଲି)ଙ୍କ ଶବ ଅଖା ଭିତରେ ବନ୍ଧାହୋଇ ରହିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନିହାରିକାଙ୍କ ପରିବାର ଲୋକେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ ।

{"id":158875}

ଗତ ୮ ତାରିଖରେ ନିହାରିକ ନିଜ ପୁରୁଷବନ୍ଧୁ କିଶୋର ଆଞ୍ଚଲ ସହ ଅପରାହ୍ନ ୪ଟା ବେଳେ କଟକ କଲ୍ୟାଣ ନଗରରେ ଥିବା ଏମଏମ ମେଡିକେୟାର ନର୍ସିଂହୋମରୁ ବାହାରି ଯିବା ପରଠୁ ନିଖୋଜ ହୋଇଯାଇଥିଲେ । ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲଙ୍କ ଘର ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ହାଜିପୁରରେ । ସୂଚନାଯୋଗ୍ୟ ଯେ, ନିହାରିକା ନାୟକଙ୍କ ନିଜଘର ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ । ତେବେ ନିହାରିକା ନିଜ ମାସୀ ଝିଅ ଭଉଣୀ ଘର ହାଜିପୁରରେ ରହି ପୂର୍ବରୁ ପଢାପଢି କରୁଥିଲେ । ଗତ ୪ବର୍ଷ ହେଲା ଏମଏମ ମେଡିକେୟାର ନର୍ସିଂହୋମରେ ନର୍ସଭାବେ କାମ କରୁଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.