ଟୋକିଓ ପାଇଁ ଟିକେଟ୍‌, ୧୬ଜଣିଆ ପୁରୁଷ ହକି ଟିମ୍‌ରେ ୨ଓଡ଼ିଆ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮।୦୬ : ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ । ଏହି ୧୬ଜଣିଆ ଟିମରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ବିରେନ୍ଦ୍ର ଲାକ୍ରା ଓ ରୋହିତ ଅମିତ ଦାସ ଦଳରେ ସାମିଲ କରାଯାଇଛି। ଏନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ଟୋକିଓ ଅଲମ୍ପିକ୍ସରେ ବହୁ ଯୁବ ତାରକା ଡେବ୍ୟୁ କରିବେ।

ତେବେ ଘୋଷଣା ହୋଇଥିବା ୧୬ ଜଣିଆ ପୁରୁଷ ହକି ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ଅଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ।

wp:html /wp:html

ସୂଚନାଯୋଗ୍ୟ ଯେ, ଭାରତୀୟ ପୁରୁଷ ହକି ଦଳ ଏବେ ଭଲ ଫର୍ମରେ ରହିଛି । କରୋନା ମହାମାରୀ ଯୋଗୁ ଗତ ଏକ ବର୍ଷ ମଧ୍ୟରେ ଅଧିକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନାହିଁ ଟିମ ଇଣ୍ଡିଆ । ତଥାପି ଚଳିତ ବର୍ଷ ବିଦେଶ ଗସ୍ତରେ ଏବଂ ଏଫ୍‌ଆଇଏଚ୍‌ ପ୍ରୋ ଲିଗରେ ଦଳର ପ୍ରଦର୍ଶନ ଅତି ଚମତ୍କାର ରହିଥିଲା । ତେଣୁ ଟୋକିଓରେ ଭାରତ ପଦକ ଦାବିଦାର ରହିଛି । ତେବେ ଦଳରେ ଦୁଇ ଓଡ଼ିଆ ପୁଅଙ୍କୁ ସ୍ଥାନ ମିଳିଥିବାରୁ ଓଡ଼ିଶାରେ ମଧ୍ୟ ଖୁସିର ଲହର ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.