Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପ୍ରଥମେ ୨ଟି ଆସିଥିଲେ, ଏବେ ତାଙ୍କ ଛାତକୁ ସବୁଦିନ ଉଡି ଆସୁଛନ୍ତି ୪୦୦୦ ଶୁଆ, ଚେନ୍ନାଇର ‘ବାର୍ଡମ୍ୟାନ୍’ ଜୋସେଫଙ୍କ କାହାଣୀ ଏମିତି…

11/03/2021 at 2:26 PM

ଚେନ୍ନାଇ,୧୧/୦୩  : କ୍ୟାମେରା ସଜାଡିବା କାମ ହେଉଛି ତାଙ୍କର ପେସା । କିନ୍ତୁ ନିଶା ହେଉଛି ଆଉ କିଛି । କିଛି ଭିନ୍ନ କରି ସେ ଏବେ ଫୋକସରେ ରହିଛନ୍ତି । କ୍ୟାମେରା ସଜାଡୁଥିଲେ ମଧ୍ୟ ନିଜ ଦୋକାନର ଛାତ ଉପରକୁ ରଙ୍ଗୀନ କରିଛନ୍ତି । ସୁନ୍ଦର ସୋଫା ସହ ରଙ୍ଗବେରଙ୍ଗର  କାଠ ଦେଖି ଯେକେହି ଖୁସି ହୋଇଯିବ । କେବଳ ଏତିକି ନୁହେଁ ତାଙ୍କର ଏହି ଛାତ ଉପରକୁ ପ୍ରତିଦିନ ଆସନ୍ତି ୪୦୦୦ରୁ ଅଧିକ ଶୁଆ ।

ନାଁ ହେଉଛି ଜୋସେଫ୍ ସେକର । ଚେନ୍ନାଇରେ ଏକ କ୍ୟାମେରା ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ତାଙ୍କର ଏହି ଜଙ୍ଗଲୀ ଶୁଆଙ୍କ ପ୍ରତି ଭଲ ପାଇବା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଶୁଆଙ୍କ ପ୍ରତି ଭଲ ପାଇବା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବାର୍ଡମ୍ୟାନ୍ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, କ୍ୟାମେରା ସଜାଡିବା କାମ ହେଉଛି ତାଙ୍କ ଦୈନିକ କାର୍ଯ୍ୟର ଏକ ଛୋଟ ଅଂଶ । ସେ ସକାଳ ୪ଟା ୩୦ରେ ଉଠନ୍ତି । ଏହାପରେ ସେ ଭାତ ରୋଷେଇ କରନ୍ତି । ଏହାକୁ ଧରି ସକାଳ ୬ଟାରେ ସେ ଛାତ ଉପରକୁ ଯାଇ ଶୁଆଙ୍କୁ ଖାଇବାକୁ ଦିଅନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁନାମୀ ପାଇଁ ଏତେସଂଖ୍ୟକ ଶୁଆ ତାଙ୍କ ଅଞ୍ଚଳକୁ ଆସିବାକୁ ଲାଗିଥିଲେ । ଦେଶର ଅନେକ ଅଞ୍ଚଳରେ ହୋଇଥିବା ବନ୍ୟା ପରେ ହଜାର ହଜାର ଶୁଆ ଚେନ୍ନାଇ ଆସିଯାଇଥିଲେ । ପ୍ରଥମେ ତାଙ୍କ ଦୋକାନ ଆଗରେ ଦୁଇଟି ଶୁଆ ବସିଥିଲେ । ସେ ତାଙ୍କୁ ଖାଇବାକୁ ଦେଇଥିଲେ । ତା ପରଦିନ ଆହୁରି ଅନେକ ଶୁଆ ଖାଦ୍ୟ ପାଇଁ ତାଙ୍କ ପାଖକୁ ଆସିଥିଲେ । ଏପରି ଧିରେଧିରେ, ୫୦୦,୧୦୦ ହୋଇ ଆଜି ୪୦୦୦ରୁ ଅଧିକ ଶୁଆ ଆସୁଛନ୍ତି । ସେମାନଙ୍କୁ ଖାଇବା ପଦେବା ପାଇଁ ପ୍ରାୟ ୫୦ କେଜି ଭାତ ଦୈନିକ ରନ୍ଧାଯାଉଛି । ନିଜ ରୋଜଗାରର ପ୍ରାୟ ୪୦ ପ୍ରତିଶତ ସେ ଶୁଆଙ୍କ ପାଇଁ ଖର୍ଚ୍ଚ କରନ୍ତି । ଏହାସହ ଆହତ ଶୁଆଙ୍କ ଚିକିତ୍ସା ଓ ରହିବା ପାଇଁ ସେମାନଙ୍କୁ ଦିଅନ୍ତି ।  ଆହୁରି ମଧ୍ୟ ଜୋସେଫ୍ କହିଛନ୍ତି ଯେ, ଶୁଆଙ୍କୁ ଖାଇବାକୁ ଦେବା ସେ ଦାୟିତ୍ୱ ଭାବେ ତୁଲାଉଛନ୍ତି । ଛୋଟ ପିଲାଙ୍କ ଦେଖାରଖା ପାଇଁ ସେମାନଙ୍କ ବାପା ମାଆ ଅଛନ୍ତି । ସେହିପରି ସେ ମଧ୍ୟ ଶୁଆଙ୍କୁ ଭଲ ପାଉଛନ୍ତି ଓ ଦେଖାରଖା କରୁଛନ୍ତି ବୋଲି କହିଛନ୍ତି ।

ଚେନ୍ନାଇ ଭଳି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ଦୃଶ୍ୟ ଦେଖାଯିବ ବିରଳ ବୋଲି ଜୋସେଫଙ୍କ ପଡୋଶୀମାନେ କହିଛନ୍ତି । ଜୋସେଫଙ୍କୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ରାଜ୍ୟର ଅନେକ ପରିବେଶବିତ୍ ପ୍ରଶଂସା କରୁଛନ୍ତି ।

   Related Posts