ପାରା ମଣିଷ : ୨ଟି ପାରା ଉଡିଗଲେ, କିନ୍ତୁ ଏବେ ତାଙ୍କ ଛାତରେ ବସୁଛନ୍ତି ୩୫୦ରୁ ବେଶୀ

Published By : Prameya-News7 Bureau | October 14, 2020 IST

ଭଦ୍ରକ ୧୪।୧୦: ଦିନେ ପଡୋଶୀଙ୍କ ଘରୁ ପାରା ଦୁଇଟି ଆଣିଥିଲେ । ଦିନଟିଏ ଗଲାଣି , ପକ୍ଷୀ ସବୁ ମାଲିକଙ୍କ ଘରକୁ ଫେରିଗଲେ । ପୁଣି ଆଣିଲେ କିନ୍ତୁ ସମାନ ସ୍ଥିତି ହେଲା । ଏଥର ଭାବିଲେ ଯେ ମୁଁ କଣ ସେମିତି ଭଲପାଇବା ଦେଇପାରିବିନି ଯେମିତି ପକ୍ଷୀ ସେମାନଙ୍କ ମାଲିକ ନିକଟରୁ ପାଉଛନ୍ତି । ସେବେଠୁ ଆରମ୍ଭ ହେଲା ପକ୍ଷୀ ପାଳନର ନିଶା । ନିଶା ଏମିତି ହେଲା ଯେ ଏବେ ୩୫୦ଚଢେଇଙ୍କୁ ଘରେ ରଖିଛନ୍ତି । ଡାକିଲେ ଆସୁଛନ୍ତି , ଖା କହିଲେ ଖାଉଛନ୍ତି , ଆଉ ଘରକୁ ଯା କହିଲେ ଯାଉଛନ୍ତି । ପୁରା ପରିବାର ଏବେ ପକ୍ଷୀ ପ୍ରେମରେ ବାୟା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ପକ୍ଷୀ ପ୍ରେମୀ ବିପ୍ରଚରଣଙ୍କ କାହାଣୀ ।

{"id":344159,"sizeSlug":"large"}

ବିପ୍ରଚରଣ ଦଳେଇ,  ପେଷାରେ ସେ ଜଣେ ସରକାରୀ ଚାକିରିଆ । କିନ୍ତୁ ନିଶା ପକ୍ଷୀଙ୍କ ସେବା ଆଉ ଯତ୍ନ । ତାଙ୍କ ଯତ୍ନ ଆଉ ଭଲପାଇବାରେ ପକ୍ଷୀମାନେ ଏମିତି ମଜି ଯାଇଛନ୍ତି ଯେ , ବାହାର ଦୁନିଆର ମୁକ୍ତାକାଶ ଦେଖିଲେ ମଧ୍ୟ ପୁଣି ସେହି ବିପ୍ରଚରଣଙ୍କ ଘରକୁ ଫେରି ଆସୁଛନ୍ତି । ଆଉ ଘର ଲୋକଙ୍କୁ ଦେଖିଲେ କାନ୍ଧରେ ବସିଯାଉଛନ୍ତି । ସତେ ଯେମିତି ମଣିଷଙ୍କ ପ୍ରେମରେ ବନ୍ଧା ହୋଇଛନ୍ତି ଏହି ପାରା ।

{"id":344160,"sizeSlug":"large"}

ବିପ୍ରଚରଣ ଥରେ ପଡୋଶୀଙ୍କ ଘରୁ ଦୁଇଟି ପାରା ଆଣିଥିଲେ । କିନ୍ତୁ ପାରା ଗୁଡିକ ପୁରୁଣା ମାଲିକାଙ୍କ ପାଖକୁ ଉଡିଯାଇଥିଲେ  ।  ଏତିକିରେ ବିପ୍ରଙ୍କ ମନରେ ଆସିଲା ନୂଆ ଚେତନା । କାହିଁକି ପାରା ଫେରିଗଲେ । କିଛି ଦିନ ପରେ ଗୋଟିଏ ଛୋଟ ପାରା ଆଣିଥିଲେ । ସେବେଠୁ ଆରମ୍ଭ ହେଲା ବିପ୍ରଙ୍କ ପକ୍ଷୀଙ୍କ ରଖିବାର ପ୍ରେମ  । ଦିନ ଗଡିବା ସହ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା । ଆଜିକା ଦିନରେ ପ୍ରାୟ 22 ପ୍ରଜାତିର ୩୫୦ରୁ ଅଧିକ ଦେଶୀ ଓ ବିଦେଶୀ ପାରା ତାଙ୍କ ଘରେ ଅଛନ୍ତି ।

{"id":344161,"sizeSlug":"large"}

ପରିବାର ସମସ୍ତ ସଦସ୍ୟ ମାନେ- ଝିଅ , ପୁଅ , ସ୍ତ୍ରୀ ଓ ମା ପକ୍ଷୀମାନଙ୍କ ଦେଖାଶୁଣା କରଥାନ୍ତି । ଯଦି କାହାର ଦେହ ଖରାପ ହେଲା, ଡାକ୍ତରଙ୍କ ନିକଟରୁ ଔଷଧ ଆଣି ମଧ୍ୟ ଦିଅନ୍ତି । ଟିକେ ସମୟ ମିଳିଲେ ପାରା ଘରକୁ ଯାଆନ୍ତି । ପାରାମାନେ ସର୍ବଦା ବିପ୍ରଙ୍କ ଫେରିବା ବାଟକୁ ଅନାଇବସିଥାନ୍ତି । ତାଙ୍କ କୁନି ଝିଅ ସମସ୍ତ ପାରାଙ୍କ ନାମ କାରଣ କରିଥାନ୍ତି । ଡାକିଲେ ଉଡି ଉଡି ଆସନ୍ତି,  ଆଉ କାନ୍ଧରେ ବସିଯାନ୍ତି । ପୁଅ ପାଖରେ ମଧ୍ୟ ଆସି ଉଡି ଉଡି ଖେଳନ୍ତି ପାରା ପଲ । 

{"id":344162,"sizeSlug":"large"}

ପାରା ଙ୍କ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ ହୁଏ । ଏହାବ୍ୟତୀତ ପାରାଙ୍କ ଘରର ରକ୍ଷଣାବେକ୍ଷଣ ଓ ଡାକ୍ତରଙ୍କ ସେବା ବାବଦକୁ ମଧ୍ୟ ଖର୍ଚ୍ଚ ହୋଇଥାଏ । କିନ୍ତୁ ସେ ସବୁ ନିଜ ଦରମାରୁ ଖର୍ଚ୍ଚ କରନ୍ତି । ପାରାଙ୍କୁ ସ୍ଵତନ୍ତ୍ର ଖାଦ୍ୟ ଦିଆଯାଏ । ସୋରିଷ , ଚଣା , ଧାନ ସହ ବାଜରା ଓ କାଲୋ ଦିଆଯାଇଥାଏ । ସୋଲା ଓ ରୁଟି ଖାଇବା ପାଇଁ ଭଲପାଆନ୍ତି ପାରା । ମଣିଷଙ୍କ ଭଳି ଦିନକୁ ତିନି ଥର ଖାଦ୍ୟ ଖାଇଥାନ୍ତି ପାରା । ସପ୍ତାହରେ ଦୁଇ ଥର ଗାଧୋଇଥାନ୍ତି ପାରା । ପଟାସ ଓ ଫିଟିକିରି ପାଣିରେ ପାରାଙ୍କୁ ଗାଧୋଇ ଦିଆଯାଏ ।

{"id":344163,"sizeSlug":"large"}

ବିପ୍ର ଯେତେବେଳେ ଡାକନ୍ତି ଆ ଆ ବାହାରକୁ ଆ , ସେତେବେଳେ ସବୁ ପାରା ଘରୁ ବାହାରି ଆସନ୍ତି । ଆକାଶକୁ ଉଡିଯାନ୍ତି । ପୁଣି ଯେବେ ବିପ୍ର କୁହନ୍ତି ଆ , ଆ ଘରକୁ ଆ , ସେଇଠୁ ସବୁ ପାରା ଘରକୁ ପଳାଇ ଆସନ୍ତି । ଏମିତି ଭଲ ପାଇବା ଦେଖି ଲୋକେ ମଧ୍ୟ ବେଶ ଅନୁଭବ କରନ୍ତି ଯେ ପକ୍ଷୀଟିଏ ଏମିତି ଭାବରେ ବନ୍ଧା ହୋଇଛି ଯେ, ଘର ଛାଡି ଯାଉନାହାନ୍ତି । ପାରା ଯୋଡିଙ୍କ ମଧ୍ୟରେ ହରା , ତିରା , ବାଘୁଆ , ଚିନୀ , ଚଉପର ଭଳି ଦେଶୀ ପ୍ରଜାତି ଓ କାଲଡୋମା , ସହରନପୁରୀ , ରାମପୁରୀ ଓ ଟେଡି ପ୍ରଜାତିର ବିଦେଶୀ ପାରା ଅଛନ୍ତି । ବିପ୍ରଚରଣଙ୍କ ଏଭଲି ପକ୍ଷୀପ୍ରେମ ଦେଖି ଚାରିଆଡୁ ପ୍ରଂଶାସର ସୁଅ ଛୁଟୁଛି ।

{"id":344164,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.