ବାର୍ଡ ଫ୍ଲୁ ଭୟ ଥମୁନି,ଆଶଙ୍କା ବଢ଼ୁଛି : ରାଜଧାନୀରେ ଚାଲିଛି କୁକୁଡା ମରା ଅଭିଯାନ

Published By : Prameya-News7 Bureau | January 29, 2020 IST

ଭୁବନେଶ୍ବର ୨୯/୧: ଦ୍ବିତୀୟ ଦିନରେ କୁକୁଡା ମରା ଅଭିଯାନ । OUAT ଫାର୍ମର ୧ କିଲୋମିଟର ପରିଧି ମଧ୍ୟରେ  ଆସୁଥିବା ନାରାୟଣୀ ବସ୍ତି, ରାଜଭବନ କଲୋନୀ ବସ୍ତି, ସିରିପୁର, ସିଟି ଓ୍ବେମେନ୍ସ କଲେଜ ନିକଟ ସହ ଗଙ୍ଗନଗର ଆଦି ଅଞ୍ଚଳରେ ଆଜି କୁକୁଡା ମରାଯାଇଛି । ଘର ଘର ବୁଲି କୁକୁଡା ମାରିଛନ୍ତି ରାପିଡ୍ ରେସପନ୍ସ ଟିମ୍ । ଅନ୍ୟ ଅଞ୍ଚଳକୁ ଯେପରି ବାର୍ଡ ଫ୍ଲୁ ନବ୍ୟାପେ ସେଥିପ୍ରତି ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଓୟୁଏଟିର ୧୦ କିଲୋମିଟର ପରିଧି ମଧ୍ୟରେ ସ୍ଥିତିର ତଦାରଖ କରାଯାଇଛି । ତେବେ ମରାଯିବା ଖବର ପାଇ ଅନେକ ବସ୍ତି ଏବଂ କାଉଣ୍ଟରରୁ କୁକୁଡା ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି । ସେପଟେ କୁକୁଡା ମରା ଅଭିଯାନରେ ସାମିଲ୍ ରାପିଡ୍ ରେସପନ୍ସ ଟିମ୍ ର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କାରଣ ସୁରକ୍ଷା ପାଇଁ ଏମାନେ ପିନ୍ଧୁଥିବା ପର୍ସନାଲ ପ୍ରୋଟେକ୍ସନ କିଟ୍ ୨୦୧୨ ରୁ ଏକ୍ସପାରୀ ହୋଇଗଲାଣି । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

{"id":217520,"sizeSlug":"large"}

ବାର୍ଡ ଫ୍ଲୁ ଆତଙ୍କ ପରେ ଚିଲିକା ଓ ଭିତରକନିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ଉପରେ ନଜର ରଖାଯାଇଛି। ଚିଲିକା, ନଳବଣ ପକ୍ଷୀ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶାଗତ ପକ୍ଷୀଙ୍କ ନମୁନା ସହ କୁକୁଡ଼ା, ବତକ ଆଦିର ରକ୍ତ, ମଳ ଓ ଲାଳ ଆଦି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। ସେପଟେ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସାରା ରାଜ୍ୟର କୁକୁଡା ଚାଷୀ ଆତଙ୍କିତ । କାରଣ ଏହା ବ୍ୟବସାୟକୁ ଏବେଠୁ ମାନ୍ଦା କରିଦେଲାଣି । ଚିକେନ୍ ବ୍ୟବସାୟ ପ୍ରଭାବିତ ହୋଇଛି । ଯାହାକୁ ନେଇ କୁକୁଡା ଚାଷୀଙ୍କ ଚିନ୍ତା ବଢିଛି ।

{"id":217521,"sizeSlug":"large"}

ଆଗକୁ ମଧ୍ୟ ରାଜଧାନୀରେ କୁକୁଡା ମରା ଅଭିଯାନ ଜାରି ରହିବ ବୋଲି ଜଣାପଡିଛି ।

{"id":217522,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.