ଚିଲିକାର ଜଣେ ପକ୍ଷୀ ଶିକାରୀ ଗିରଫ

Published By : Prameya-News7 Bureau | November 18, 2018 IST

ଖୋର୍ଦ୍ଧା ୧୮/୧୧:ଚିଲିକାରେ ଚାଲିଛି ବିଦେଶୀ ପକ୍ଷୀ ଶିକାର । ଏହି ବିଦେଶୀ ପକ୍ଷୀକୁଂ ସୁରକ୍ଷା ଦେଇପାରୁନି ବନ୍ୟପ୍ରାଣୀ ବିଭାଗ । ବାରମ୍ବାର ହେଉଛି ବିଦେଶୀ ପକ୍ଷୀ ଶିକାର । ଆଜି ମଧ୍ୟ ଚିଲିକା କୂଳ ଅଭିମାନପୁର ରିଂଗ୍ ବନ୍ଧ ନିକଟରୁ ଜଣେ  ପକ୍ଷୀ ଶିକାରୀକୁ ଗିରଫ କରିବା ସହ ୨ ଟି ମୃତ ବିଦେଶୀ ପକ୍ଷୀ ସହ ଏକ ବାଇକ୍ କୁ ଜବତ କରିଛି ଟାଂଗୀ ବନ୍ୟ ପ୍ରାଣୀ ବିଭାଗ । ଗିରଫ ଶିକାରୀ ଜଣକ ସ୍ଥାନୀୟ ଗ୍ରାମର ( ଉଜୁଡା ଗ୍ରାମର )  ଆଲୋକ ପ୍ରଧାନ। ଶିକାରୀ ଜଣକ ବିଦେଶୀ ପକ୍ଷୀ ଶିକାର ପରେ ତାହାକୁ ବିକ୍ରୀ କରିବାପାଇଁ ବାଇକ୍ ଯୋଗେ ନେଉଥିବା ବେଳେ ଧରାପଡିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.