Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମୁଦ୍ରରେ ସାର୍କକୁ ଧରି ଉଡ଼ିଗଲା ପକ୍ଷୀ : ଦୃଶ୍ୟ ଦେଖି ଉଡ଼ିଗଲା ଲୋକଙ୍କ ହୋସ୍, ଭିଡିଓ ଭାଇରାଲ୍

3/07/2020 at 3:59 PM

ନ୍ୟୁୟର୍କ ୦୩/୦୭ : ୨୦୨୦ ମସିହାରେ ବିଭିନ୍ନ ଅଜବ ଅଜବ ଘଟଣା ସାମ୍ନାକୁ ଆସିଛି | ବର୍ତ୍ତମାନ ଏକ ପକ୍ଷୀ ଓ ସାର୍କ ମାଛର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭାଇରାଲ ଭିଡିଓରେ ଆପଣ ଦେଖି ପାରିବେ ଯେ ଏକ ପକ୍ଷୀ ନିଜ ପଞ୍ଝାରେ ଏକ ସାର୍କ ମାଛକୁ ଜାବୁଡି ଧରି ଉଡିଯାଉଛି | ଭିଡିଓ ଆମେରିକା ମାୟର୍ଟଲ ସମୁଦ୍ରକୂଳର | ଭିଡିଓରେ ଦେଖିବାକୁ ମିଳିଛି ଏକ ଶିକାରୀ ପକ୍ଷୀର ପଞ୍ଝାରେ ଏକ ମାଛ ଧରିଛି ଏବଂ ସମୁଦ୍ରକୂଳରୁ ଉଡିଯାଇଛି | ଏହା ଦେଖି ଲୋକଙ୍କ ହୋସ ଉଡିଯାଇଛି |

ଏହି ଅସାମାନ୍ୟ ଦୃଶ୍ୟକୁ ଦକ୍ଷିଣ କେରୋଲିନାର ଫେସବୁକ ୟୁଜର କେଲି ବରବେଜ କ୍ୟାପିଚର କରିଛନ୍ତି | କେଲି ବରବେଜ ଭିଡିଓ ସେୟାର କରି ଲେଖିଛନ୍ତି, ଇଗଲ ? କୋଣ୍ଡୋର ? ମାୟର୍ଟଲ ସମୁଦ୍ରକୂଳରେ ଏକ ସାର୍କକୁ ଧରିଛି | ଏହି ଭିଡିଓକୁ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି | ଭିଡିଓକୁ ଏବେ ସୁଦ୍ଧା ୧୫ ମିଲିୟନ ୟୁଜର୍ସ ଦେଖି ସାରିଛନ୍ତି |

ଟ୍ୱିଟର ଆକାଉଣ୍ଟ ଟ୍ରେକିଙ୍ଗ ସାର୍କ୍ସ ଭିଡିଓକୁ ରି-ପୋଷ୍ଟ କରିଛି ଏବଂ ମାଛକୁ ଚିହ୍ନଟ କରିବାରେ ଜନତାଙ୍କ ସାହାଯ୍ୟ ମାଗିଛି | ଭିଡିଓରେ ଆପଣ ମଧ୍ୟ ଦେଖିପାରିବେ ଯେ ମାଛଟି ପକ୍ଷୀ ପଞ୍ଝାରୁ ବାହାରିବାକୁ ଚେଷ୍ଟା କରୁଛି | ଟ୍ରେକିଙ୍ଗ ସାର୍କ୍ସ ଭିଡିଓ ପୋଷ୍ଟ କରି ପଚାରିଛନ୍ତି ଯେ, ‘କିଏ ଜାଣିଛନ୍ତି କି ଏହା କି ପ୍ରକାର ପକ୍ଷୀ ଏବଂ ଏହି ପକ୍ଷୀ ସାର୍କ ମାଛକୁ ଧରିଛି କି ?’

ଏହି ଭିଡିଓକୁ ଜୁନ ୩୦ ତାରିଖରେ ସେୟାର କରାଯାଇଥିଲା | ଭିଡିଓକୁ ୨୧ ହଜାରରୁ ଅଧିକ ଲାଇକ୍ସ ମିଲିଥିବାବେଳେ ୭ ହଜାରରୁ ଅଧିକ ରି-ଟ୍ୱିଟ କରିଛନ୍ତି | ହଜାରେରୁ ଅଧିକ ଲୋକ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ପ୍ରକୃତି ସତରେ କ୍ରେଜି’

   Related Posts