Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଦିଲ୍ଲୀରେ ବ୍ୟାପିଲା Bird flu ! ଜାଣନ୍ତୁ ଅନ୍ୟ ରାଜ୍ୟର ହାଲଚାଲ

8/01/2021 at 8:08 PM

ନୂଆଦିଲ୍ଲୀ ୮।୧: କରୋନା ପରେ ଏବେ ରାଜଧାନୀ  ଦିଲ୍ଲୀରେ ବ୍ୟାପିଛି  ବାର୍ଡ ଫ୍ଲୁ ! ସହରର ହସ୍ତଶାଳ ଭିଲେଜ ଡିଡିଏ ପାର୍କରୁ ୧୬ଟି ମୃତ ପକ୍ଷୀ ମିଳିଛନ୍ତି। ସୂଚନା ମିଳିବାମାତ୍ରେ ନମୁନା ସଂଗ୍ରହ କରି ଯାଞ୍ଚ ନିମନ୍ତେ ଲାବୋରେଟରୀକୁ ପଠାଇ ଦିଆଯାଇଛି। ଏକ ଅଧିକାରୀକ ବୟାନ ଅନୁସାରେ ଦେଶର ୬ଟି ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଛି।

କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଓ ଗୁଜରାଟରେ ଏ ପର୍ଯ୍ୟନ୍ତ ଭୂତାଣୁ ସଂକ୍ରମଣ ହୋଇଛି। କେରଳର ଦୁଇଟି ପ୍ରଭାବିତ ଜିଲ୍ଲାରେ ପକ୍ଷୀମାରଣ ଅଭିଯାନ ସମାପ୍ତ ହୋଇଥିବା ବେଳେ ଏବେ ସଂକ୍ରମଣ ମୁକ୍ତ ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ଦେଶର ଯେଉଁ ସବୁ ରାଜ୍ୟରେ ଅଚାନକ ପକ୍ଷୀ ମୃତ୍ୟୁ ହେଉଛି ସେଠାରେ ତୁରନ୍ତ ସୂଚନା ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ଦିଲ୍ଲୀ ଡିଡିଏ ପାର୍କରୁ ମିଳିଥିବା ପକ୍ଷୀଙ୍କ ଶବ ପରୀକ୍ଷଣ ଲାଗି ଆଇସିଏଆର-ନିଷାଦ ପଠାଯାଇଛି। ରିପୋର୍ଚ ମିଳିବା ପରେ ରାଜଧାନୀକୁ ବାର୍ଡ ଫ୍ଲୁ ଆସିଛି କି ନା ତାହା ସ୍ପଷ୍ଟ ହୋଇଯିବ ବୋଲି ଦିଲ୍ଲୀ ପଶୁଧନ ବିଭାଗ କହିଛନ୍ତି। ତେବେ ପୋଲେଟ୍ରି ମାଲିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏଥିଲାଗି ସଚେତନତା ସୃଷ୍ଟି ନିମନ୍ତେ ଏବେ ଉଦ୍ୟମ କରାଯାଉଛି। ଜାତୀୟ ରାଜଧାନୀରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ପ୍ରଚାର ପରେ ଅଣ୍ଡା ଓ ଚିକେନ ଦର ହ୍ରା ହୋଇଛି। ଏଣୁ ସ୍ୱାସ୍ଥ୍ୟ ବିଭାଗଙ୍କୁ ଏ ନେଇ ପର୍ଯ୍ୟାପ୍ତ ପରାମର୍ଶ ଜାରି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଅଣ୍ଡା ଓ ଚିକେନ ଲାଗି ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି ନିମନ୍ତେ ସଚେତନତା ଉପରେ ପ୍ରାଥମିକତା ଦିଆଯାଉଛି। ମାମଲାରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଲାଗି ଆଶ୍ୱାସନା ଦେଇଛନ୍ତି। ତେବେ ରିପୋର୍ଟ ମିଳିବା ପରେ ରାଜଧାନୀରେ ବାର୍ଡ ଫ୍ଲୁ ବ୍ୟାପିଛି କି ନା ତାହା ସ୍ପଷ୍ଟ କହି ହେବ ବୋଲି ପଶୁଧନ ବିଭାଗ ଅଧିକାରୀ କହିଛନ୍ତି।

   Related Posts