କଟକରେ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ, ବତକ ଓ କୁକୁଡା ମରା ଅଭିଯାନ ଆରମ୍ଭ
31/03/2019 at 2:30 PM

କଟକ ୩୧|୩ : କଟକରେ ବାର୍ଡ ଫ୍ଲୁ ଆତଙ୍କ । ଖପୁରିଆ ସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ବତକ ପ୍ରଜନନ କେନ୍ଦ୍ରର ବତକ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ୪୩୫ବତକ ମାରି ଦିଆଯାଇଛି । ବତକ ପ୍ରଜନନ କେନ୍ଦ୍ରର ୧ କିମି ପରିଧି ମଧ୍ୟରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି ।

ସହରରେ ଥିବା ବିଭିନ୍ନ ଚିକେନ୍ ସେଣ୍ଟରରେ ନୋଟିସ୍ ଲଗାଇଛି ଫୁଡ୍ ସେଫ୍ଟି କର୍ମଚାରୀ । ୩ ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡାଜାତ ଦ୍ରବ୍ୟ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି । ଏହା ସହିତ ଏହି ରୋଗ ଯେଭଳି ଆଗକୁ ନ ବ୍ୟାପି ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
Related Posts
ତେଲକୋଇ: ଜମିବାଡି ବିବାଦରୁ ହତାହାତି, ଜଣେ ଗୁରୁତର
26 January 2021
ଅବକାରୀ ବିଭାଗର ଅତର୍କିତ ଚଢ଼ାଉ: ୪୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
26 January 2021
ବେଧଡକ ଗୋମାଂସ ଚାଲାଣ : ମାଂସ ଭର୍ତ୍ତି ୩୦ଟି ପେଟି ଜବତ, ଜଣେ ଗିରଫ
26 January 2021