କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ଆତଙ୍କ ; କାଉ ଓ କୁକୁଡା ପରେ ଏବେ ଚିଲିକାରେ ଚିଲ ମୃତ

Published By : Prameya-News7 Bureau | December 11, 2018 IST

ମୁମ୍ବାଇ ୧୧|୧୨: ଚାରିଦିନ ପୂର୍ବରୁ ସିଆଳ ଜଙ୍ଗଲରେ କାଉ ମଡ଼କ ଆଉ ଏବେ ହଜାର ହଜାର କୁକୁଡ଼ା ମଡ଼କ କୁକୁଡ଼ା ଚାଷୀଙ୍କର ନିଦ ହଜାଇ ଦେଇଛି । ଚାରିଦିନ ମଧ୍ୟରେ ୧୯ ହଜାରରୁ ଉର୍ଦ୍ଧ୍ବ କୁକୁଡ଼ା ମରି ସାରିଲେଣି।

କୁକୁଡ଼ା ମଡ଼କ ପରେ ଚିଲିକା କୂଳରେ ଆଜି ଚିଲ ମରିପଡିଥିବାର ଦେଖିବାକୁ ମିଳିଛି । ଚିଲ ମୃତ୍ୟୁ ଖବର ପାଇବା ପରେ ଏବେ ବନ ବିଭାଗ ଚିନ୍ତାରେ ପଡିଛି । କାରଣ ବାର୍ଡ ଫ୍ଲୁ ଲାଗିଥିବା ସ୍ଥାନଠାରୁ ଚିଲିକା ପକ୍ଷୀ ଅଭୟାରଣ୍ୟ ମାତ୍ର ୧୪ କିମି ଦୂରରେ ରହିଛି । ଯଦି ଏବେଠାରୁ ବନ ବିଭାଗ କିଛି ପଦକ୍ଷେପ ନନେବେ ତାହେଲେ ଆସିଥିବା ଅତିଥି ପକ୍ଷୀ ନିଶ୍ଚିତ ମୃତ୍ୟୁ ମୁଖର ଶୀକାର ହେବେ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି ।

{"id":62816}

ସେପଟେ ଏବେ ପର୍ଯ୍ୟଟନର ଋତୁ ଚାଲିଥିବା ବେଳେ ଚିଲିକାରେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଛି । ପ୍ରଥମେ କାଉ ପରେ କୁକୁଡା ଏବଂ ଏବେ ଚିଲିକାରେ ଚିଲ ମଡ଼କ ପରେ ଅଂଚଳରେ ବାର୍ଡ ଫ୍ଲୁର ଆତଙ୍କ ଖେଳିଯାଇଛି ।

ପ୍ରାଣୀ ଚିକିତ୍ସକ ପହଁଚି ମୃତ ପକ୍ଷୀମାନଙ୍କ ମଳ, ମୂତ୍ର, ଖାଦ୍ୟ, ରକ୍ତ ନମୁନା ସଂଗ୍ରହ କରି ଭୋପାଳ ପଠାଇଛନ୍ତି । ପରୀକ୍ଷାର ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପ୍ରଣୀ ଚିକିତ୍ସକ ରଶ୍ମୀକାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.