Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ହିମାଚଳରେ ବାର୍ଡ ଫ୍ଲୁ ଆତଙ୍କ, ପୋଙ୍ଗ ହ୍ରଦରେ ୧୭୦୦ ପକ୍ଷୀ ମୃତ, ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

4/01/2021 at 10:35 PM

ସିମଲା ୦୪।୦୧: ହିମାଚଳ ପ୍ରଦେଶରେ କରୋନା ଭାଇରସ୍ ମହାମାରୀରୁ ଲୋକେ ଧିରେ ଧିରେ ମୁକୁଳୁଥିବା ବେଳେ ରାଜ୍ୟରେ ବାର୍ଡ ଫ୍ଲୁ ପ୍ରବେଶ କରିଛି। ଏହି ରୋଗ କାରଣରୁ କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି ପକ୍ଷୀ ଗୁଡିକରୁ ଏଚ୫ଏନ୧ ଭାଇରସ୍ ଚିହ୍ନଟ ହୋଇଛି।  

ସ୍ଥାନୀୟ ପ୍ରଶାସନ ପୋଙ୍ଗ ଡ୍ୟାମରେ ମରି ପଡିଥିବା ପକ୍ଷୀଙ୍କ ନମୂନା ଭୋପାଳ ପଠାଇଥିଲେ। ସେଠାରୁ ପକ୍ଷୀଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି। ଭୋପାଳରୁ ଆସିଥିବା ରିପୋର୍ଟରେ ସମସ୍ତ ପକ୍ଷୀଙ୍କଠାରେ ଏଚ୫ଏନ୧ ଏଭିୟନ ଏନଫ୍ଲୁଏଞ୍ଜାର ଭାଇରସ୍ ଚିହ୍ନଟ ହୋଇଛି।  

ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶର ରାଜଧାନୀ ସିମଲାଠୁ ପ୍ରାୟ ୩୦୦ କିଲୋମିଟର ଦୂର ସ୍ଥିତ କାଙ୍ଗଡା ପୋଙ୍ଗ ଜଳାଶୟରେ ଏହି ପ୍ରବାସୀ ପକ୍ଷୀଙ୍କ ରହିବା ପାଇଁ ବାସ ତିଆରି କରାଯାଇଛି। ଏଠାକୁ ପ୍ରତିବର୍ଷ ଶୀତ ଋତୁରେ ସାଇବେରିଆ ଏବଂ ମଧ୍ୟ ଏସିଆର ଅତ୍ୟଧିକ ଥଣ୍ଡା ଅଞ୍ଚଳରୁ ଲକ୍ଷାଧିକ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି ଏବଂ ଫେବୃଆରୀ-ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି। ଏହା ପରେ ପକ୍ଷୀମାନେ ନିଜ ଠିକଣାକୁ ଫେରି ଯାଆନ୍ତି।

ଚଳିତ ବର୍ଷ ଏ ପର୍ଯ୍ୟନ୍ତ ମାତ୍ର କେଇ ଦିନରେ ବାର୍ଡ ଫ୍ଲୁ କାରଣରୁ ୧୭୦୦ ପକ୍ଷୀଙ୍କ ମୃତ୍ୟୁ ଘଟି ସାରିଲାଣି। ଏହା ପରେ ଜିଲ୍ଲା ପ୍ରଶାସନ ଏହି ଜଳାଶୟ ଆଖପାଖ ଅଣ୍ଡା,ମାଂସ ସମେତ ପୋଲ୍ଟ୍ରି ଉତ୍ପାଦନର ବିକ୍ରି ଉପରେ କଟକଣା ଲଗାଇଛନ୍ତି। ପୋଙ୍ଗ  ହ୍ରଦର ଏକ କିଲୋମିଟର ପରିଧିରେ ଥିବା ଅଞ୍ଚଳକୁ ଆଲର୍ଟ ଜୋନ୍ ଘୋଷିତ କରାଯାଇଛି। ପ୍ରଶାସନ ପର୍ଯ୍ୟଟକଙ୍କୁ ଏହି ସବୁ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦେଇଛି।

   Related Posts