Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଉତ୍କଟ ହେଲାଣି କଟକରେ ବାର୍ଡ ଫ୍ଲୁ ଆତଙ୍କ

1/04/2019 at 11:49 AM

କଟକ ୧/୪: କଟକ ମହାନଗର ନିଗମର ୪୫, ୫୨ ଓ ୫୩ ନମ୍ବର ଓ୍ବାର୍ଡରେ ବାର୍ଡ ଫ୍ଲୁ ବ୍ୟାପିଥିବା ଜଣାପଡିଛି । ଖପୁରିଆ ଶିଳ୍ପାଞ୍ଚଳରେ ରହିଥିବା ବତକ ପ୍ରଜନନ କେନ୍ଦ୍ରରେ ବତକଙ୍କୁ ବାର୍ଡ ଫ୍ଲୁ ହୋଇଥିବାରୁ ଗତକାଲି ୪୩୫ଟି ବତକଙ୍କୁ କେନ୍ଦ୍ର ପକ୍ଷରୁ ମରାଯାଇଛି ।  ବର୍ତ୍ତମାନ ସୁଦ୍ଧା ୪୭୧ଟି କୁକୁଡା ମରାଯାଇଥିବା ବେଳେ ଆଗକୁ ୫୨୭ଟି କୁକୁଡା ମରାଯିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ୬୯୩ଟି ଅଣ୍ଡା ନଷ୍ଟ କରାଯାଇଥିବା ବେଳେ ଆଗାମୀ ଦିନରେ ୯୯୬୮ଟି ଅଣ୍ଡା ନଷ୍ଟ କରାଯିବ ।

କ୍ଷତିପୂରଣ ବାବଦକୁ ବର୍ତ୍ତମାନ ସୁଦ୍ଧା ୬ ହଜାର ୮୬୯ ଟଙ୍କା ଦିଆଯାଇଥିବା ବେଳେ ଆଗାମୀ ଦିନରେ ୧୮ ହଜାର ୮୬୯ ଟଙ୍କା ଦିଆଯିବ । ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଆଗାମୀ ୩ ମାସ ପର୍ଯ୍ୟନ୍ତ କୁକୁଡା ମାଂସ ଓ ଅଣ୍ଡା ନ ଖାଇବା ପାଇଁ ପଶୁ ଚିକିତ୍ସା ବିଭାଗ ପକ୍ଷରୁ ବିଭିନ୍ନ କୁକୁଡା ଦୋକାନ ଆଗରେ ନୋଟିସ୍ ଲଗାଯାଇଛି ।

ପଶୁ ଚିକିତ୍ସା ବିଭାଗ ପକ୍ଷରୁ ସାତ ଜଣିଆ ଟିମ୍ ସହରରେ ବୁଲି କୁକୁଡା ମରା ଅଭିଯାନରେ ସାମିଲ ହୋଇଛନ୍ତି । ଯେଉଁଥିରେ ଡାକ୍ତର, ପୁଲିସ ଓ ପଶୁ ନୀରିକ୍ଷକ ସାମିଲ ହୋଇଛନ୍ତି । ଏହି ଟିମ୍‌ ବତକ ପ୍ରଜନନ କେନ୍ଦ୍ରର ଏକ କିଲୋମିଟର ପରିଧି ଭିତରେ ଥିବା ସମସ୍ତ କୁକୁଡାକୁ ମାରିବା ସହ ୧୦ କିଲୋମିଟର ପରିଧି ଭିତରେ ଥିବା ବିଭିନ୍ନ କୁକୁଡା ଦୋକାନରେ ଯାଞ୍ଚ କରୁଛନ୍ତି ।

   Related Posts