କରୋନା କାଳ ପରେ ଭଲ ଚାଲିଥିଲା ଅଣ୍ଡା ବ୍ୟବସାୟ: ପୁଣି ମୁଣ୍ଡ ଟେକିଛି ନୂଆ ସଙ୍କଟ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪/୦୧ : ଦେଶର ଦୁଇଟି ବଡ ଅଣ୍ଡା ଗୋଦାମ ଉପରେ ନୂଆ ସଙ୍କଟ ମାଡି ଆସିଛି। ରାଜସ୍ଥାନରେ ବର୍ତ୍ତମାନ ପକ୍ଷୀ ମଡ଼କ ଲାଗି ରହିଛି। ରାଜସ୍ଥାନରେ ପ୍ରତିଦିନ ହଜାର ହଜାର ପକ୍ଷୀ ମରୁଥିବାରୁ ପୋଲଟ୍ରି ଫାର୍ମ ବ୍ୟବସାୟୀ ଚିନ୍ତାରେ ପଡି ଯାଇଛନ୍ତି। ଏହାର କୌଣସି ଟୀକା ନଥିବାରୁ ବ୍ୟବସାୟୀଙ୍କ ଚିନ୍ତା ଆହୁରି ବଢିଯାଇଛି। କରୋନା କାଳରେ ସବୁ ବ୍ୟବସାୟ ଠପ ହୋଇଯାଇଥିବା ବେଳେ ଅଣ୍ଡା ବ୍ୟବସାୟ କୌଣସି ପ୍ରକାରେ ଲାଭରେ ଚାଲିଥିଲା। ବର୍ତ୍ତମାନ ଏହି ନୂଆ ସମସ୍ୟା ମୁଣ୍ଡ ଟେକିଛି। ସୂଚନା ଅନୁଯାୟୀ, ଅଜମେର ଓ ହରିୟାଣାର ବରବାଲା ଅଣ୍ଡା ମଣ୍ଡି ବଡ ମଣ୍ଡିମାନଙ୍କ ମଧ୍ୟରୁ ଗୋଟିଏ। ଦେଶର ଅନ୍ୟ ରାଜ୍ୟ ସମେତ ଉତ୍ତର ଭାରତରେ ଏହି ଦୁଇଟି ମଣ୍ଡିରୁ ସବୁଠାରୁ ଅଧିକ ସପ୍ଲାଏ ହୋଇଥାଏ। ଗତ ୨୪ ଘଣ୍ଟାରେ ରାଜସ୍ଥାନର ୭ଜିଲ୍ଲାରେ ୧୩୫ କାଉ ମରିଛନ୍ତି।

{"id":386738,"sizeSlug":"large","linkDestination":"none"}

ଜଣେ ପୋଲଟ୍ରି ଫାର୍ମ ବ୍ୟବସାୟୀ କହିଛନ୍ତି ଯେ ହରିୟାଣା ବରବାଲା ମଣ୍ଡିରୁ ଦୈନିକ ୧.୨୫ କୋଟିରୁ ୧.୫ କୋଟି ଅଣ୍ଡା ବ୍ୟବସାୟ ହୋଇଥାଏ। ଅଜମେର ମଣ୍ଡିରୁ ମଧ୍ୟ ଦୈନିକ ୭୦ ରୁ ୮୦ ଲକ୍ଷ ଅଣ୍ଡା ସପ୍ଲାଏ ହୋଇଥାଏ। କିନ୍ତୁ ପକ୍ଷୀ ମଡ଼କ ଯୋଗୁଁ ରାଜସ୍ଥାନରେ ବାର୍ଡ଼ଫ୍ଲୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି ଯେଉଁଥିପାଇଁ ମଣ୍ଡିରେ ବ୍ୟବସାୟ ଥମିଯାଇଛି। ରାଜସ୍ଥାନ ସୀମା ସହ ଉତ୍ତର ପ୍ରଦେଶର ମଧ୍ୟ କିଛି ଜିଲ୍ଲା ଜଡିତ। ଉତ୍ତର ପ୍ରଦେଶରୁ ମଧ୍ୟ ପ୍ରତିଦିନ ୨.୫ ରୁ ୩ କୋଟି ଅଣ୍ଡା ବ୍ୟବସାୟ ହୋଇଥାଏ।

{"id":386741,"sizeSlug":"large","linkDestination":"none"}

ଜଣେ ପୋଲଟ୍ରି ଫାର୍ମ ବ୍ୟବସାୟୀ କହିଛନ୍ତି ଯେ ଫାର୍ମ ବହୁତ ବଡ ଆକାରରେ ହୋଇଥାଏ। ଜାଗା ଜାଗାରେ ଶେଡ୍ ତିଆରି କରାଯାଇଥାଏ। ବାର୍ଡ଼ଫ୍ଲୁରେ ସଂକ୍ରମିତ ପବନ ଦୁଇଟି ଶେଡ୍ ଆଡକୁ ଆସେ ତାହେଲେ ସେହି ଶେଡର କୁକୁଡ଼ା ରୋଗାକ୍ରାନ୍ତ ହୋଇ ମରିଯାନ୍ତି। କିନ୍ତୁ ଯଦି କୌଣସି ପୋଲଟ୍ରି ଫାର୍ମରେ ୧୦ ଟି କୁକୁଡ଼ା ବାର୍ଡ଼ଫ୍ଲୁରେ ସଂକ୍ରମିତ ହୋଇ ମରିଯାନ୍ତି ତାହେଲେ ସତର୍କତା ପଦକ୍ଷେପ ଗ୍ରହଣ କରି ସବୁ କୁକୁଡ଼ାଙ୍କୁ ମାରିବାକୁ ପଡିଥାଏ। କରୋନା କାଳରେ ମଧ୍ୟ ସାରା ଦେଶରେ ପାଖାପାଖି ୪୦ ପ୍ରତିଶତ କୁକୁଡ଼ାଙ୍କୁ ମାରିଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.