Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଭୁବନେଶ୍ୱରରେ କୁକୁଡାରେ ବାର୍ଡଫ୍ଲୁ ଚିହ୍ନଟ

27/01/2020 at 6:50 PM

ଭୁବନେଶ୍ୱର ୨୭।୦୧ – ଭୁବନେଶ୍ୱରେ ଥିବା ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକନୋଲଜି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ହୋଇଥିବା ସୂଚନା ମିଳଛି । ଭୋପାଳକୁ ପଠାଯାଇଥିବା ରକ୍ତ ନମୁନାରୁ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଛି ।

ଭୁବନେଶ୍ବର ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ । ଅସ୍ବାଭାବିକ ଭାବେ କୁକୁଡାଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳରେ ଥିବା ଲାବକୁ ପଠାଯାଇଥିଲା। ଆଖପାଖ ଅଞ୍ଚଳକୁ ଫ୍ଲୁ ନ ବ୍ୟାପିବା ପାଇଁ ମୃତ କୁକୁଡ଼ା ମାନଙ୍କୁ ପୋତି ଦିଆଯାଇଛି । ସେହିପରି କୁକୁଡ଼ା ଫାର୍ମକୁ ବନ୍ଦ କରିବା ସହିତ ସ୍ଥାନୀୟ ଅଞ୍ଚଳକୁ ସିଲ କରିଦେଇଛନ୍ତି ଓୟୁଏଟି କର୍ତ୍ତୃପକ୍ଷ ।

କୁକୁଡାକୁ ଫ୍ଲୁ ହେଲେ ଏମାନଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥାଏ । ଭଲକରି ନ ରାନ୍ଧିଲେ ଏହା ମଣିଷଙ୍କୁ ବ୍ୟାପିବାର ଭୟ ଥାଏ । ଏଥିପାଇଁ ଆକ୍ରାନ୍ତ ଅଞ୍ଚଳରେ କୁକୁଡା ମାଂସ ନ ଖାଇବା ସହ ମୃତ କୁକୁଡାଙ୍କ ସହ ଅନ୍ୟ କୁକୁଡାଙ୍କୁ ପୋତି ଦିଆଯାଇଥାଏ।

   Related Posts