Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାର୍ଡ ଫ୍ଲୁ ଚିହ୍ନଟ : ସମୂହ କୁକୁଡା ମାରିବାକୁ ନିର୍ଦ୍ଦେଶ, ଅଣ୍ଡା ଓ ଚିକେନ୍ ବିକ୍ରି ଉପରେ କଟକଣା

ପୁରୀ ୧୩|୧୨: କୃଷ୍ଣପ୍ରସାଦ ଅଞ୍ଚଳରେ ପକ୍ଷୀ ମଡ଼କକୁ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି। କିଛି ଦିନ ଧରି ସେହି ଅଞ୍ଚଳରେ କାଉ ଏବଂକୁକୁଡ଼ା ବହୁ ସଂଖ୍ୟାରେ ମରିଥିବା ଦେଖାଯାଇଥିଲା। ତେବେ ପରୀକ୍ଷଣ ପରେ ସେଠାରେ ବାର୍ଡ ଫ୍ଲୁ ପଜିଟିଭ୍‌ ଆସିଛି । ଆସନ୍ତାକାଲିଠାରୁ ସେଠାରେ କୁକୁଡ଼ା ମରା ଅଭିଯାନ ଚାଲିବ। ଏଥିସହିତ ସଂପୃକ୍ତ ଅଞ୍ଚଳରେ କୁକୁଡ଼ା ଅଣ୍ଡା ଓ ମାଂସ ବିକ୍ରି ଉପରେ କଟକଣା ଲଗାଯାଇଛି ।

କିଛି ଦିନ ପୂର୍ବରୁ ସିଆଳ ଜଙ୍ଗଲରେ କାଉ ମଡ଼କ ପରେ ହଜାର ହଜାର କୁକୁଡ଼ା ମଡ଼କ ଦେଖାଦେଇଥିଲା । ଏପର୍ଯ୍ୟନ୍ତ ହଜାର ହଜାର କୁକୁଡ଼ା ମରି ସାରିଲେଣି । କୁକୁଡ଼ା ମଡ଼କ ପରେ ଚିଲିକା କୂଳରେ ଚିଲ ମରିପଡିଥିବାର ଦେଖିବାକୁ ମିଳିଥିଲା । ଚିଲ ମୃତ୍ୟୁ ଖବର ପାଇବାପରେ ଏବେ ବନ ବିଭାଗ ଚିନ୍ତାରେ ପଡିଥିଲା । ପ୍ରାଣୀ ଚିକିତ୍ସକ ପହଁଚି ମୃତ ପକ୍ଷୀମାନଙ୍କ ମଳ, ମୂତ୍ର, ଖାଦ୍ୟ, ରକ୍ତ ନମୁନା ସଂଗ୍ରହ କରି ଭୋପାଳ ପଠାଇଥିଲେ । ପରୀକ୍ଷାର ରିପୋର୍ଟ ଆସିଲା ପରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି।

6501 Views

   You May Also Like