Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ବାର୍ଡ ଫ୍ଲୁ ଆତଙ୍କ ; ଆଜିଠୁ ଜୋରଦାର ହେବ କୁକୁଡ଼ା ମରା ଅଭିଯାନ

14/12/2018 at 9:09 AM

ପୁରୀ ୧୪|୧୨:  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ।  କାଉ ଓ ପରେ କୁକୁଡ଼ା ମରିବା ପରେ  ଭୟର ବାତାବରଣ ଦେଖା ଦେଇଥିଲା । ସେଥି ପାଇଁ କାଉ ଓ କୁକୁଡ଼ା ମୃତ୍ୟୁର କାରଣ ଜାଣିବା ପାଇଁ ଭୋପାଳ ଲ୍ୟାବକୁ ୨୪୦ଟି ନମୂନା ପଠାଯାଇଥିଲା । ଯେଉଁଥିରୁ ୪ଟିର  ରିପୋର୍ଟ ପଜିଟିଭ୍  ଆସିଥିବା ଜଣାପଡ଼ିଛି । କୃଷ୍ଣପ୍ରସାଦ ବ୍ଲକର ତିନିଟି ଗାଁରେବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ  ସଂପୃକ୍ତ ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଉପରେ ରୋକ ଲଗାଇଛି ପ୍ରଶାସନ । ପଶୁସମ୍ପଦ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳକୁ ୧୦ଟି କୁଇକ୍  ରିଆକ୍ସନ ଟିମ୍  ପଠାଯାଇଛି ।

ଏହା ସହିତ କୁକୁଡ଼ାଙ୍କୁ ମାରି ପୋତିବା ପାଇଁ ୪୦ ଜଣଙ୍କୁ ନିୟୋଜିତ କରାଯାଇଛି । କୁକୁଡ଼ା ଫାର୍ମରେ ଥିବା ଖାଦ୍ୟ ଓ ଅନ୍ୟାନ ସାମଗ୍ରୀକୁ ମଧ୍ୟ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଠାରୁ କୁକୁଡ଼ା ମାରି ପୋତାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗିରିଜା ପ୍ରସାଦ ପଟ୍ଟନାୟକ କହିଛନ୍ତି । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା  ଅଞ୍ଚଳରୁ ୧ କିଲୋମିଟର ମଧ୍ୟରେ ଥିବା ଫାର୍ମ ଗୁଡ଼ିକୁ ସିଲ୍ କରାଯିବ । ଏହା ସହିତ ୧୦ କିମି ମଧ୍ୟ  ସର୍ତକସୂଚନା ଜାରି କରାଯାଇଛି । ତେବେ ଚିଲିକାକୁ ବିଦେଶାଗତ ପକ୍ଷୀ ଏବେ ଆସୁଥିବାରୁ ସେମାନଙ୍କ ଦ୍ବାରାସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେଣୁ  ବିଦେଶୀପକ୍ଷୀଙ୍କ ମୃତଦେହ ମିଳିଲେ ପ୍ରଶାସନକୁ ଜଣାପଇବା ପାଇଁ କୁହାଯାଇଛି । ପରିସ୍ଥିତିର ମୁକାବିଲା କରିବାପାଇଁ ଜିଲ୍ଲାପାଳ ବୈଠକ କରିବା ସହିତ ଆତଙ୍କୀତ ନହେବା ପାଇଁ  ପ୍ରଭାବିତ ଅଞ୍ଚଳ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

   Related Posts