Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

କଟକରେ ବାର୍ଡ ଫ୍ଲୁ,ଜିଲ୍ଲା ପ୍ରଶାସନକୁ ଘାରିଲା ଚିନ୍ତା

1/04/2019 at 9:30 PM

କଟକ ୧/୪-କଟକରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଏବେ ଆଖପାଖ ଅଞ୍ଚଳ ଓ ଜିଲ୍ଲାରେ ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା ଘାରିଲାଣି ପ୍ରଶାସନକୁ…ତେଣୁ ଆଜିଠାରୁ ୭ଟି ସର୍ଭେଲାନ୍ସ ଟିମ୍ କଟକର ସାଲେପୁର,ଟାଙ୍ଗୀ,ବୟାଳିଶି ମଉଜା,ଚୌଦ୍ୱାର ଓ କଟକ ସଦର ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଯାଗାରେ ତଦାରଖ ଆରମ୍ଭ କରିଛନ୍ତି…ସେପଟେ ଆଜି କିନ୍ତୁ ପୋଲିସ୍ ଫୋର୍ସ ମିଳିବାରେ ଅସୁବିଧା ହେବାରୁ କୁକୁଡା ମରା ଅଭିଯାନ ବାଧାପ୍ରାପ୍ତ ହୋଇଛି ।

କଟକରେ ବାର୍ଜ ଫ୍ଲୁ ସଂକ୍ରମଣ ପରେ ଏବେ କଟକ ଆଖପାଖ ଅଞ୍ଚଳରେ ଏହି ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି…ତେଣୁ ପଶୁ ସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ କଟକ ଆଖ ପାଖ ଅଞ୍ଚଳ ସହ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ତାଦରଖ ଆରମ୍ଭ ହୋଇଛି..ବିଶେଷ କରି କଟକ ଖପୁରିଆରେ ଥିବା ବତକ ପ୍ରଜନନ କେନ୍ଦ୍ରରୁ ବାର୍ଡ ଫ୍ଲୁ ସଂକ୍ରମଣ ଆରମ୍ଭ ହୋଇଥିବାରୁ, ଏହାର ୧୦ କିଲୋମିର ପରିସୀମା ଭିତରେ ଥିବା ସମସ୍ତ ସ୍ଥାନରେ ପଶୁ ସମ୍ପଦ ବିଭାଗର ସାତଟି ଟିମ୍ ବାର୍ଡ ଫ୍ଲୁ ସଂକ୍ରମଣ ଆଶଙ୍କାର ତଦାରଖ କରିଛି ।

   Related Posts