ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ : କୃଷ୍ଣପ୍ରସାଦ ବ୍ଲକର ୪ଟି ଗାଁରେ କୁକୁଡା ମରା ଅଭିଯାନକୁ କରାଗଲା ବ୍ୟାପକ, ଚିଲିକା ନଳବଣକୁ ଭୟ
13/12/2018 at 5:04 PM

ଭୁବନେଶ୍ବର ୧୩|୧୨: ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ପୁରୀଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ପ୍ରଥମେ କାଉ ଓପରେ କୁକୁଡା ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିବା କାଉ ଓ କୁକୁଡାଙ୍କ ରକ୍ତ ନମୁନାରେ ଫ୍ଲୁସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ସଚିବ ବିଶାଲ ଗଗନ ସ୍ପଷ୍ଟ କରିଛନ୍ତି । ଦୁଇଟି କାଉ ଓ ଦୁଇଟି କୁକୁଡା ନମୁନାରୁ ପଡିଟିଭ୍ବାହାରିଛି । ଏଥିପାଇଁ ଆଜିଠାରୁ ଯୁଦ୍ଧ କାଳିନଭିତ୍ତିରେ କୃଷ୍ଣପ୍ରସାଦ ବ୍ଲକର ୪ଟି ଗାଁ ସମେତ ଏହାର ୧୦ କିଲୋମିଟର ଦୂରତ୍ବ ମଧ୍ୟରେ କୁକୁଡା ମରା ଅଭିଯାନ ଯୋରଦାର କରାଯାଇଛି ……

ଏନେଇ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ବାଶାଳ ଗଗନସ୍ପଷ୍ଟ କରିଛନ୍ତି । । ତେଣୁ ଯୁଦ୍ଧ କାଳିନ ଭିତ୍ତିରେ କୃଷ୍ଣପ୍ରସାଦ ବ୍ଲକର ୪ଟି ଗାଁରେ କୁକୁଡା ମରା ଅଭିଯାନକୁବ୍ୟାପକ କରାଯାଇଛି । ଚଳିତ ମାସ ପ୍ରଥମ ସପ୍ତାହରେ କୃଷ୍ଣପ୍ରସାଦ ବ୍ଲକରବିଭିନ୍ନ ଗାଁରେ କାଉ ମଡକ ଦେଖାଦେଇଥିଲା । କାଉଙ୍କ ପରେ କୁକୁଡା ମୃତ୍ୟୁ ପରେ ଫ୍ଲୁ ବ୍ୟାପିବା ନେଇ ସନ୍ଦେହ ହୋଇଥିଲା । ପରେ ଉଭୟ କାଉ, କୁକୁଡାଙ୍କଠାରୁ ୨୦ଟି ନମୁନା ସଂଗ୍ରହ କରାଯାଇ ଭୋପାଳ ସ୍ଥିତ ନ୍ୟାସନାଲ ହାଇ ସିକିଓର ଡିଜିଜିଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ପରୀକ୍ଷା ରିପୋର୍ଟ ଆସିବା ପରେ ଉକ୍ତ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସରକାର ସ୍ପଷ୍ଟ କରିଛନ୍ତି ।

ବାର୍ଡଫ୍ଲୁ ବ୍ୟାପିବା ସ୍ପଷ୍ଟ ହେବା ପରେ ଆଜି ଠାରୁ କୃଷ୍ଣପ୍ରସାଦ ବ୍ଲକର ୪ଟି ଗାଁ ସମେତ ଆଖ ପାଖ ୧୦ କିଲୋମିଟର ଅଞ୍ଚଳେ କୁକୁଡା ମରା ଅଭିଯାଜକୁ ଯୋରଦାର ହୋଇଛି । କୃଷ୍ଣପ୍ରସାଦବ୍ଳକରୁ ମାତ୍ର ୧୪ କିଲୋମିଟର ଦୂର ଚିଲିକାରପକ୍ଷୀ ଅଭୟାରଣ୍ୟ ନଳବଣ ଥିବାରୁ ଫ୍ଲୁ ବ୍ୟାପିବାନେଇ ଆଶଙ୍କା ବଢିଯାଇଚି । ଚିଲିକାରେ ବାର୍ଡ ଫ୍ଲୁର କ’ଣ ପ୍ରଭାବରହିଛି ସେ ସଂପର୍କରେ ଅନୁଧ୍ୟାନ ପାଇଁ ଏଡିଆରଆଇର ଏକ ବିଶେଷଜ୍ଞ ଟିମ୍ ନଳବଣ ଯିବେ । ଚିଲିକା ଡେଭେଲପମେଣ୍ଟ ଅଥରିଟି ପକ୍ଷରୁ ବାର୍ଡଫ୍ଲୁକୁ ପ୍ରତିକାର ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡିଓର ପ୍ରସ୍ତୁତି ହୋଇଛି ।ଧିରେଧିରେ ଚିଲିକା ନଳବଣ ଅଞ୍ଚଳରେ ବିଦେଶାଗତ ପକ୍ଷୀ ମାନଙ୍କ ସମାଗମ ବୃଦ୍ଧି ପାଉଥିବାବୁର ଏସବୁଅଞ୍ଚଳରେ ସଦର୍କତା ଅବଲମ୍ବନ କରାଯାଇଛି । ଏହାସହକୃଷ୍ଣପ୍ରସାଦ ଅଞ୍ଚଳରୁ ମିଳିଥିବା ମୃତ କାଉସାମ୍ପଲ ପରୀକ୍ଷା ପାଇଁ ଫୁଲନଖରା ସ୍ଥିତ ଆନିମଲ ଡିଜିଜ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟକୁପଠାଯାଇଛି।
ତେବେ ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନେରେ ଦିଆଯାଉଥିବା ଅଣ୍ଡା ଦେବାରେ କୌଣସି ଅସୁବିଧା ନଥିବା ବିଭାଗୀୟ ସଚିବ ସ୍ପଷ୍ଟ କରିଛନ୍ତି । ଗତ କିଛିଦିନ ମଧ୍ୟରେ କୃଷ୍ଣ ପ୍ରସାଦ ବ୍ଲକରେ ବାରମ୍ବାର କାଉ ଓ କୁକୁଡା ମୃତ୍ୟୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ବଢିଯାଇଛି ।