ଭୁବନେଶ୍ୱରର କୁକୁଡା ଫାର୍ମରେ ବାର୍ଡ ଫ୍ଲୁ

Published By : Prameya-News7 Bureau | January 27, 2020 IST

ଭୁବନେଶ୍ୱର ୨୭।୦୧ -  ଭୁବନେଶ୍ୱରେ ଥିବା ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକନୋଲଜି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି ।

{"id":216669,"sizeSlug":"large"}

ଭୁବନେଶ୍ବର ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସନ୍ଦେହ । ଅସ୍ବାଭାବିକ ଭାବେ କୁକୁଡାଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ  ପରୀକ୍ଷା  ପାଇଁ ଭୋପାଳରେ ଥିବା ଲାବକୁ ପଠାଯାଇଛି । ଆଖପାଖ ଅଞ୍ଚଳକୁ ଫ୍ଲୁ ନ ବ୍ୟାପିବା ପାଇଁ ମୃତ କୁକୁଡ଼ା ମାନଙ୍କୁ ପୋତି ଦିଆଯାଇଛି । ସେହିପରି କୁକୁଡ଼ା ଫାର୍ମକୁ ବନ୍ଦ କରିବା ସହିତ ସ୍ଥାନୀୟ ଅଞ୍ଚଳକୁ ସିଲ କରିଦେଇଛନ୍ତି ଓୟୁଏଟି କର୍ତ୍ତୃପକ୍ଷ ।

{"id":216670,"sizeSlug":"large"}

କୁକୁଡାକୁ ଫ୍ଲୁ ହେଲେ ଏମାନଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥାଏ । ଭଲକରି  ନ ରାନ୍ଧିଲେ ଏହା ମଣିଷଙ୍କୁ ବ୍ୟାପିବାର ଭୟ ଥାଏ । ଏଥିପାଇଁ ଆକ୍ରାନ୍ତ ଅଞ୍ଚଳରେ କୁକୁଡା ମାଂସ ନ ଖାଇବା ସହ ମୃତ  କୁକୁଡାଙ୍କ ସହ ଅନ୍ୟ କୁକୁଡାଙ୍କୁ ପୋତି ଦିଆଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.