ବାଙ୍କୀରେ ବାର୍ଡ ଫ୍ଲୁ ଆଶଙ୍କା, ବିଲରେ ମରି ପଡିଛନ୍ତି ଅନେକ ରୁଡ଼ି ଶେଲ ଡକ୍

Published By : Prameya-News7 Bureau | January 27, 2021 IST

ବାଙ୍କୀ ୨୭।୦୧: ବାଙ୍କିରେ ବାର୍ଡ ଫ୍ଲୁ ଆଶଙ୍କା ।  ବିଲରେ ମରି ପଡିଛନ୍ତି ପରିବ୍ରାଜକ ପକ୍ଷୀ ରୁଡ଼ି ଶେଲ ଡକ୍ । କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି । ବାଙ୍କୀ ଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା।

ଦେଶରେ ଅନେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଛି । ଓଡିଶାରେ ବର୍ତ୍ତମାନ ବାର୍ଡ ଫ୍ଲୁ ଦେଖାଯାଇନି । କିନ୍ତୁ ବାଙ୍କିରେ ପକ୍ଷୀମଡଡକ ଦେଖାଯାଇଛି । ଯାହାକୁ ନେଇ ବାର୍ଡ ଫ୍ଲୁ ନେଇ ଭୟ ସୃଷ୍ଟି କରୁଛି । ବିଲରେ କିଛି ପକ୍ଷୀ ମରି ପଡିଥିବାର ଦେଖି  ସ୍ଥାନୀୟ ଯୁବକ ମାନେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଖବର ଦେଇଥିଲେ । ସେ ଘଟଣା ସ୍ଥଳକୁ ଯାଇ ମୃତ ପକ୍ଷୀଙ୍କ ଫୋଟୋ ଓ ଭିଡ଼ିଓ ଉଠାଇ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇଥିଲେ । ତେବେ କୌଣସି ପକ୍ଷୀଙ୍କୁ ଛୁଇଁବାକୁ ବାରଣ କରାଯାଇଛି ।  ଫୋଟୋ ଏବଂ ଭିଡ଼ିଓ କୁ ଖୋର୍ଦ୍ଧା ଏସିଏଫଙ୍କୁ ପଠେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.