ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ: ଗଠନ ହେଲା ୧୨ଟି ସ୍ବତନ୍ତ୍ର ଟିମ୍‌

Published By : Prameya-News7 Bureau | January 28, 2020 IST

ଭୁବେଶ୍ବର୨୮/୧: ଭୁବନେଶ୍ବର ଓୟୁଏଟି ପରିସରରେ ବାର୍ଡ ଫ୍ଲୁ ଦେଖାଯିବା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଓୟୁଏଟିର ୧ କିଲୋମିଟର ଭିତରେ କୁକୁଡ଼ା ମରାଯାଇଛି । ଏଥିପାଇଁ ୧୨ଟି ଟିମ୍‌ ଗଠନ କରାଯାଇଛି । ସେପଟେ ଚିଲିକା ନଳବଣରେ ବିଦେଶାଗତ ପକ୍ଷୀଙ୍କର ନମୁନା ସଂଗ୍ରହ କରି ଭୋପାଳ ସ୍ଥିତ ଲାବୋରୋଟୋରୀକୁ ପଠାଯାଇଛି।

{"id":217203,"sizeSlug":"large"}

ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ।  ଦେହରେ ଧଳା PPC ସାଞ୍ଜୁ ପିନ୍ଧି ଏକ୍ସପର୍ଟ ଟିମ୍‌ ଭୁବନେଶ୍ବରରେ କୁକୁଡ଼ା ମାରିବାରେ ଲାଗିଛନ୍ତି। ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ  ନିଆଯାଇଛି ପ୍ରତିଷେଧକମୂଳ ବ୍ୟବସ୍ଥା। ଭୁବନେଶ୍ବର ପାଇଁ ୧୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । କୁକୁଡ଼ାଗୁଡ଼ିକୁ ମାରିବା ସହିତ ସେଗୁଡ଼ିକୁ ଗାତ ଖୋଳି ପୋତିଦିଆଯାଇଛି। କୁକୁଡା ରହୁଥିବା ଏବଂ ସେମାନଙ୍କୁ ମାରି ପୋତିବା ପରେ ସେହି ସ୍ଥାନରେ ବ୍ଲିଚିଂ ପାଉଡର୍‌ ଓ  ସୋଡିୟମ ହାଇପୋ କ୍ଲୋରାଇଟ୍‌ ସଲ୍ୟୁସନ୍‌ ଛିଞ୍ଚାଯାଉଛି । ୭ଟି ଟିମ୍‌ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ଟି ଟିମ୍ ଏହାକୁ ଜଗୁଛନ୍ତି।

{"id":217204,"sizeSlug":"large"}

ଓୟୁଏଟି ବାହାରେ କୁକୁଡ଼ା ମାରିବା ପାଇଁ ମୋବାଇଲ୍‌ ଭ୍ୟାନ୍ ୟୁନିଟ୍‌ ବୁଲିବେ । ଓୟୁଏଟିରେ ଥିବା ବନରାଜ, ଲେୟାର, ବ୍ରଏଲର ଓ ଦେଶୀ ପ୍ରଜାତିର କୁକୁଡ଼ା ମରାଯାଇଛି । ଏହାଭିତରେ ୧୦୦୦ରୁ ଅଧିକ କୁକୁଡ଼ା ଅଛନ୍ତି । କୁକୁଡ଼ା ମରା ଅଭିଯାନକୁ ନିୟନ୍ତ୍ରଣ କରିବା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ଉପ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକଙ୍କ ସହିତ ଅନ୍ୟ ଅଧିକାରୀ ମାନେ ସେଠାରେ ଉପସ୍ଥିତ ଅଛନ୍ତି

{"id":217205,"sizeSlug":"large"}

ଓୟୁଏଟିରେ ସପ୍ତାହକ ଭିତରେ ପ୍ରଥମେ କୁକୁଡ଼ା ମଡ଼କ ଦେଖାଯାଇଥିଲା । ପ୍ରଥମ ଦିନରେ ପ୍ରାୟ ୧୦୦ଟି କୁକୁଡ଼ା ମରିଥିବା ଦେଖାଯାଇଥିଲା । ଏହାପର ଦିନ ୩୦୦ ଏବଂ ପରେ ୫୦୦ କୁକୁଡ଼ା ମରିଥିଲେ ।ଏହାପରେ ୧୨୦୦ କୁକୁଡ଼ା ମରିଯାଇଥିବା ଦେଖାଯାଇଥିଲା ।ଏପରି କୁକୁଡ଼ା ମଡକ ଦେଖି ଓୟୁଏଟି କର୍ତ୍ତୃପକ୍ଷ ନମୁନା ପରୀକ୍ଷା ପାଇଁ ଭୋପାଳ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍‌ ଲାବୋରଟୋରୀକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ରିପୋର୍ଟ ଆସିବା ପରେ H5N1 ଭୂତାଣୁ ଠାବ କରାଯାଇଥିଲା । ଓୟୁଏଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାପରେ କୁକୁଡ଼ା ମାରିବା ପାଇଁ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଯେଉଁଠି ପ୍ରାଣୀ ଚିକିତ୍ସାର ଗବେଷଣା ହେଉଛି ସେଠିପୁଣି ବ୍ୟାପିଲା  ରୋଗ ଭୂତାଣୁ। ଓୟୁଏଟିରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ମୁଖ୍ୟତଃ ୨ଟି କାରଣ ଉପରେ ସନ୍ଦେହ କରାଯାଉଛି ।

{"id":217206,"sizeSlug":"large"}

ଅଭିଯୋଗ ହେଉଛି  କୁକୁଟ ଗବେଷଣା କେନ୍ଦ୍ର ଫୋନି ବାତ୍ୟା ସମୟରେ ବ୍ୟାପକ ଭାବେ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କରାଯାଇନଥିଲା । ଯେଉଁଥିପାଇଁ ଓୟୁଏଟି ପରିସରକୁ ଆସୁଥିବା ବାହାର ପକ୍ଷୀଙ୍କଠାରୁ ସଂକ୍ରମଣ ବ୍ୟାପିଥାଇପାରେ। ତେବେ ଏନେଇ ଓୟୁଏଟି ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦିଆଯାଇନାହି । ଅନ୍ୟଟି ବାହାରେ କୌଣସି ସ୍ଥାନରେ କୁକୁଡ଼ା ଏଥିରେ ସଂକ୍ରମିତ ହୋଇଥିବା ବେଳେ ଏହା ଓୟୁଏଟିକୁ ସଂକ୍ରମିତ ହୋଇଥାଏ ବୋଲି ଆଶଙ୍କା କରାଯାଉଛି ।ପ୍ରଶ୍ନ ଉଠୁଛି କୁକୁଡ଼ା ମାନଙ୍କୁ ନିୟମିତ ପରୀକ୍ଷା କରାଯାଉଥିଲା କି ? କୁକୁଟ ଗବେଷଣା କେନ୍ଦ୍ର ଯେମିତି ବାହ୍ୟ ଭୂତାଣୁରୁ ସଂକ୍ରମିତ ନ ହେବ ସେନେଇ ପ୍ରାକ ସତର୍କତା ଗ୍ରହଣ କରାଯାଇଥିଲା କି ?

{"id":217207,"sizeSlug":"large"}

ସେପଟେ ରାଜଧାନୀରେ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ନନ୍ଦନକାନନର ୨ଟି ବିହଙ୍ଗ ସରଣୀକୁ ବନ୍ଦ କରିଦିଆଯାଇଛି । ନନ୍ଦନକାନନରେ ୧୫୦୦ରୁ ଅଧିକ ଜଳଚର ପକ୍ଷୀ ଏବଂ ୨ ହଜାରରୁ ଅଧିକ ଉଡ଼ନ୍ତା ପକ୍ଷୀ ଅଛି । ସଂକ୍ରମଣ ନ ହେବା ପାଇଁ ପକ୍ଷୀ ଖୁଆଡ଼ ପାଖରେ ପଟାସ୍‌ ପାଣି ଜମା ରଖାଯିବା ସହିତ ବ୍ଲିଚିଂ ପାଉଡର୍ ସିଞ୍ଚନ କରାଯାଉଛି । ପକ୍ଷୀ ଖୁଆଡ଼ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ଦେଇ ସଚେତନ କରାଯାଉଛି ।ବାହାରୁ କୁକୁଡ଼ା ମାଂସ କିମ୍ବା ଚିଆଁ ନନ୍ଦନକାନନ ପରିସରକୁ ନେବାକୁ ନିଷେଧ କରାଯାଇଛି । ସେହିପରି  ଚିଲିକାକୁ ନେଇ ଉଠିଛି ପ୍ରଶ୍ନ । ଚିଲିକାର ନଳବଣରେ ପକ୍ଷୀଙ୍କ ମଳ ମୂତ୍ର ନାଳ ନମୁନା ସଂଗ୍ରହ କରିଛି। ଏସବୁ ସାମ୍ପଲ ଭୋପାଳ ପଠାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.