Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଓଡ଼ିଶାରେ ଏ ପର୍ଯ୍ୟନ୍ତ ଠାବ ହୋଇନି ବାର୍ଡ ଫ୍ଲୁ, ସ୍ଥିତିର ମୁକାବିଲା ଲାଗି ବିଏମସି ପ୍ରସ୍ତୁତ, ସେପଟେ ଅନେକ ରାଜ୍ୟରେ ମରୁଛନ୍ତି ହଜାର ହଜାର ପକ୍ଷୀ

5/01/2021 at 6:56 PM

ଭୁବନେଶ୍ଵର ୦୫।୦୧: ଦେଶରେ କରୋନା ମହାମାରୀର ଭୟ କଟି ନଥିବା ବେଳେ ଏପଟେ ଆଉ ଏକ ସଂକଟ ସୃଷ୍ଟି ହୋଇଛି । ଦେଶର ଅନେକ ରାଜ୍ୟରେ ବ୍ଲାର୍ଡ ଫ୍ଲୁ ବ୍ୟାପିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶରେ ସ୍ଥିତି ସାଂଘାତିକ ହୋଇଥିବାରୁ ଆଲର୍ଟ ଜାରି କରାଯାଇଛି । ସେପଟେ କେରଳ ସରକାର ବାର୍ଡ ଫ୍ଲୁକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି । ଓଡ଼ିଶାରେ ଏ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଠାବ ହୋଇନାହିଁ।  ତେବେ ଚିଲିକାରୁ ପକ୍ଷୀଙ୍କ ମଳ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି। ଏପଟେ ଭୁବନେଶ୍ବରରେ ବାର୍ଡ ଫ୍ଲୁ ସ୍ଥିତି ସାମ୍ନା କରିବାକୁ ବିଏମ୍‌ସି ସଜାଗ ରହିଛି ।

ରାଜସ୍ଥାନ, କେରଳ, ହିମାଚଳ, ମଧ୍ୟପ୍ରଦେଶ, ହରିୟାଣା ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ । ଗୋଟିଏ ପଟେ ଏବେବି କରୋନାର ଡର ଥିବା ବେଳେ ଅନ୍ୟପଟେ ବାର୍ଡ ଫ୍ଲୁ ନୂଆ ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଛି।  ସ୍ଥିତି ଗମ୍ଭୀର ହେଉଥିବାରୁ ଅନେକ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ହିମାଚଳ ପ୍ରଦେଶ କାଙ୍ଗଡ଼ାର ପ୍ରସିଦ୍ଧ ପଙ୍ଗ ଡାମ୍ ହ୍ରଦ ତଥା ନାଗ୍ରୋତା ସୁରିଆନ ବନାଞ୍ଚଳରେ ୧୮୦୦ ବିଦେଶାଗତ ପକ୍ଷୀଙ୍କର ମୃତ୍ୟୁ ହୋଇଛି । ପକ୍ଷୀମାନେ ସାଇବେରିଆ ଓ ମଙ୍ଗୋଲିଆରୁ ଆସିଥିବା ବେଳେ ବାର୍ଡ ଫ୍ଲୁ ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ପରେ ପଙ୍ଗ ଡ୍ୟାମର ୧୦ କିଲୋମିଟର ଅଂଚଳରେ ମାଂସ ଏବଂ ଅଣ୍ଡା ବିକ୍ରି ଉପରେ କଟକଣା ଲଗାଯାଇଛି ।

୨୫ଡିସେମ୍ବରରେ ପ୍ରଥମେ ରାଜସ୍ଥାନର ଝାଲାବାଡ୍ ଜିଲ୍ଲାରେ ଶହ ସହ ସଂଖ୍ୟାରେ କାଉ ମରିବା ଦେଖିବାକୁ ମିଳିଥିଲା । ମୃତ ପକ୍ଷୀଙ୍କ ସାମ୍ପଲ ପରୀକ୍ଷା ପରେ H5N1 ଭାଇରସ୍ ନେଇ ସ୍ପଷ୍ଟ ହୋଇଥିଲା । ଏବେ କୋଟା, ପାଲୀ, ଜୟପୁର, ବାଁରା ଏବଂ ଯୋଧପୁରରେ ମଧ୍ୟ ପକ୍ଷୀ ମରୁଥିବା ଦେଖିବାକୁ ମିଳୁଛି । ସେପଟେ ହରିୟାଣାର ବରୱାଲା ଅଞ୍ଚଳରେ ଗତ ଏକ ମାସ ଧରି ରହସ୍ୟମୟ ଭାବରେ ମରୁଛନ୍ତି କୁକୁଡା । ଗୁଜରାଟର ଜୁନାଗଡର ଭିନ୍ନ ଭିନ୍ନ ସ୍ଥାନରେ ଏକାଧିକ ପକ୍ଷୀ ମରୁଥିବାରୁ ବାର୍ଡ ଫ୍ଲୁ ନେଇ ଆଶଙ୍କା ଦେଖାଦେଇଛି । ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ବାର୍ଡ଼ ଫ୍ଲୁ ବ୍ୟାପିବାରେ ଲାଗିଛି । ମନ୍ଦସୌରରେ ସ୍ଥିତି ଗମ୍ଭୀର ହେଉଥିବାରୁ ଚିକେନ୍ ଏବଂ ଅଣ୍ଡା ବିକ୍ରି ୧୫ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଭାରତରେ ମଧ୍ୟ H5N1 ବା ବାର୍ଡ ଫ୍ଲୁ ଭାଇରସ୍ ବ୍ୟାପିବାରେ ଲାଗିଛି । ଏବେ ସୁଦ୍ଧା ୧୭ଶହ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ସ୍ଥିତିର ଗମ୍ଭୀରତା ଦେଖି କେରଳରେ ହେଲ୍ଥ ଏମରଜେନ୍ସି ଜାରି କରାଯାଇଛି ।

ହେଲେ ଓଡ଼ିଶାରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଠାବ ହୋଇନାହିଁ । ଏବେ ଚିଲିକାକୁ ଶହ ଶହ ବିଦେଶାଗତ ପକ୍ଷୀ ଆସୁଥିବାରୁ ବାର୍ଡ ଫ୍ଲୁ ଭୟ ରହିଛି । ଏହାକୁ ଆଖିରେ ରଖି ପକ୍ଷୀଙ୍କ ମଳ ସାମ୍ପଲ ନଖରା ପରୀକ୍ଷାଗାରକୁ ପଠାଯାଇଛି। କାଲି ପକ୍ଷୀଙ୍କ ସ୍ବାବ ଓ ରକ୍ତ ନମୁନା ସଂଗ୍ରହ ହେବ। ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଭୋପାଳ ପରୀକ୍ଷାଗାରକୁ ପଠାଯିବ।ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଓୟୁଏଟି ଡାକ୍ତର ପରାମର୍ଶ ଦେଇଛନ୍ତି। ଭୁବନେଶ୍ବରରେ ଏଯାଏ ବାର୍ଡ ଫ୍ଲୁ ପ୍ରମାଣ ମିଳିନାହିଁ । ସେମିତି କିଛି ପରିସ୍ଥିତି ସୃଷ୍ଟି ହେଲେ ଭେଟନାରୀ ବିଭାଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

   Related Posts