କୃଷ୍ଣପ୍ରସାଦ ବ୍ଲକ୍ର ଆଉ ଦୁଇଟି ଗାଁରେ ବାର୍ଡ ଫ୍ଲୁ ଚିହ୍ନଟ
20/12/2018 at 1:46 PM

ପୁରୀ ୨୦|୧୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମରା ଅଭିଯାନ ଜାରି ରହିଥିବା ବେଳେ ଆଉ ୨ଟି ଗାଁରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଗଡ଼ବାଉରୀପଲ୍ଲୀ ଓ କହ୍ନେଇପୁରର ହରିଜନ ସାହିରେ ବାର୍ଡ ଫ୍ଲୁ ଚିହ୍ନଟ କରିଛନ୍ତି ଟିମ୍ । ଏବେ ସେହି ଅଞ୍ଚଳର ସ୍କୁଲରେ ପିଲାମାନଙ୍କୁ ଅଣ୍ଡା ଦିଆଯିବାକୁ ବାରଣ କରାଯାଇଛି । ସେହିଭଳି ଚିକେନ୍ ବିକ୍ରି ଓ ଚିକେନ୍ରୁ ପ୍ରସ୍ତୁତ ଖାଦ୍ୟ ବିକ୍ରି ମଧ୍ୟ ବନ୍ଦ କରାଯାଇଛି। ପଶୁ ସଂପଦ ବିଭାଗ ପକ୍ଷରୁ ଆଜି ୧୦ ଜଣିଆ ଟିମ୍ ପହଞ୍ଚି ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ୨ଟି ଗାଁରେ କୁକୁଡ଼ା ମରା କାର୍ଯ୍ୟକ୍ରମ ଚଳାଇବେ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021