ସୋରରେ କୁକୁଡା ମଡକ, ବାର୍ଡ ଫ୍ଲୁ ଆଶଙ୍କା

Published By : Prameya-News7 Bureau | March 01, 2020 IST

ସୋର ୧।୩ : ସୋରରେ ବାର୍ଡ ଫ୍ଲୁ ଆତଙ୍କ । ହଜାର ହଜାର କୁକୁଡା ମଡକ । ରାଜପଥ କଡରେ କୁଢ କୁଢ ମୃତ କୁକୁଡା ପଡିଛନ୍ତି । ଗାଁ ଗହଳି ଓ ସହରରେ ମରୁଥିବା କୁକୁଡା ପାଇଁ ବାର୍ଡ ଫ୍ଲୁ ଆତଙ୍କ ଖେଳି ଯାଇଛି। କୁକୁଡା ମୃତ୍ୟୁକୁ ନେଇ ସ୍ଥାନୀୟ ପଶୁ ବିଭାଗ କାରଣ ସ୍ପଷ୍ଟ କରିନାହିଁ ।

ଦେଶୀ, ବ୍ରୟଲର, ଅଷ୍ଟ୍ରଲିଆ କୁକୁଡା ଏହି ରୋଗରୁ ବାଦ୍ ପଡିନାହାନ୍ତି । କୁକୁଡା ମଡକ ପରେ ବଜାରରେ ଜୀବିତ କୁକୁଡାଙ୍କର କିଲୋ ୫୦ ଟଙ୍କା ତଳକୁ ଖସି ଆସିଛି । ଖବର ପାଇ ପଶୁ ବିଭାଗ ତରଫରୁ ଛାନଭିନ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.