ସାଲେପୁରରେ ବାର୍ଡ ଫ୍ଲୁ ଭୟ ; ମରି ପଡିଛନ୍ତି ଶହ ଶହ କୁକୁଡା
19/12/2018 at 12:13 PM

ସାଲେପୁର ୧୯|୧୨: ସାଲେପୁରରେ ବାର୍ଡଫ୍ଲୁ ଭୟ । ଆଜି ସକାଳୁ କେନ୍ଦ୍ରାପଡା କେନାରର କଲେଜ ପୋଲଠାରୁ ବାଲିସାହି ପୋଲ ମଧ୍ୟରେ ଶହ ଶହ କୁକୁଡ଼ାମରି ପଡି ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଥିବା କୌଣସି କୁକୁଡା ଫାର୍ମର ମାଲିକ ଏତେ ସଂଖ୍ୟକ କୁକୁଡାକୁ କେନାଲ ବନ୍ଧ କଡରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଏକାଥରକେ ଏତେ ସଂଖ୍ୟାରେକୁକୁଡା ମରିବାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ମଲା କୁକୁଡା ଗୁଡିକୁ କୁକୁର ଓ କାଉ ଖାଉଥିବାର ଦେଖିବାକୁ ମିଳିଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।
Related Posts
ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ….
16 January 2021