ବାର୍ଡ ଫ୍ଲୁ ଭୟ : ପୁରୀ କୃଷ୍ଣପ୍ରସାଦ ବ୍ଲକରେ କାଉ ପରେ କୁକୁଡା ମଡକ, ପ୍ରାଣୀ ଚିକିତ୍ସକଙ୍କ ସ୍ଥିତି ଅନୁଧ୍ୟାନ
10/12/2018 at 10:21 AM

ପୁରୀ ୧୦|୧୨: ଓଡ଼ିଶାକୁପୁଣି ଫେରିଲା ବାର୍ଡ ଫ୍ଲୁ ଭୟ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଗତକାଲି ୫ ହଜାର କୁକୁଡାମରିଥିଲେ । ଆଜି ପୁଣି ବିଭିନ୍ନ ଫାର୍ମାରେ ମରି ପଡିଛନ୍ତି ୬ ହଜାରରୁ ଅଧିକ କୁକୁଡା । ୩ ଦିନ ତଳେସ୍ଥାନୀୟ ଶିଆଳ ଗାଁ ପାଖ ଜଙ୍ଗଲରେ ଶତାଧିକ କାଉଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରେ ହଠାତ୍ କୁକୁଡାଙ୍କର ମୃତ୍ୟୁ ଅଞ୍ଚଳବାସୀଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । କୁକୁଡା ଚାଷ କରି ପରିବାର ପୋଷୁଥିବା ଚାଷୀଙ୍କମୁଣ୍ଡରେ ହଠାତ୍ ଚଡକ ପଡିଛି । କୃଷ୍ଣପ୍ରସାଦ ଅଞ୍ଚଳରେ କୁକୁଡା ମଡକ ଖବର ପରେ ବିଭିନ୍ନ କୁକୁଡାଫାର୍ମ ଗୁଡିକରେ ବ୍ଲକ୍ ପ୍ରାଣୀ ଚିକିତ୍ସକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କୁକୁଡାଙ୍କ ରକ୍ତ, ଲାଳ, ମଳ, ଖାଦ୍ୟ ନମୁନା ସଂଗ୍ରହ କରାଯାଇପରୀକ୍ଷା ପାଇଁ ପଠାଯାଇଛି । କୃଷ୍ଣପ୍ରସାଦରୁ ମାତ୍ର ୧୪ କିଲୋମିଟର ଦୂର ଚିଲିକାର ପକ୍ଷୀ ଅଭୟାରଣ୍ୟନଳବଣକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି । ଏହିସମୟରେ କୁକୁଡା ଓ କାଉ ମୃତ୍ୟୁ ପ୍ରଶାସନର ଚିନ୍ତା ବଢାଇ ଦେଇଛି । କାରଣ, କୁକୁଡା ମଡକ ସ୍ଥାନ ଠାରୁନଳବଣ ଅଧିକ ଦୂର ହୋଇନଥିବା ବେଳେ ପକ୍ଷୀ ମାନେ ସଂକ୍ରମିତ ହେବାରର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ତେବେ ଚିଲିକାରେ ବାର୍ଡ-ଫ୍ଲୁ ର ଆଶଙ୍କା ନାହିଁବୋଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର କହିଛନ୍ତି ।