କୁକୁଡା ମଡ଼କ ; ବାର୍ଡ ଫ୍ଲୁ ଆଶଙ୍କାରେ ଲୋକେ
17/03/2019 at 1:39 PM

ଜଳେଶ୍ବର ୧୭|୩ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ କୁକୁଡା ମଡ଼କ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ କୁକୁଡା ମରୁଥିବାରୁ ଫାର୍ମ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅରୁଆବର୍ତ୍ତୀ, ନିଧୁବଣୀ, ଦେହୁରଦା, ବନବାସନ, ନଥିପୁର ଗାଁରେ ଶହ ଶହ କୁକୁଡା ମରିଛନ୍ତି । ମଲା କୁକୁଡାକୁ ଲୋକେ ରାସ୍ତା କଡରେ ଫିଙ୍ଗି ଦେଉଛନ୍ତି । ବାର୍ଡ ଫ୍ଲୁ ଆଶଙ୍କାରେ ଆଉ କିଛି ଫାର୍ମ ମାଲିକ କମ୍ ଦାମ୍ ରେ କୁକୁଡା ବିକ୍ରି କରିଦେଉଛନ୍ତି । ଜିଲ୍ଲାର ଏକ ପ୍ରାଣୀ ଚିକିତ୍ସକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବାର୍ଡ ଫ୍ଲୁ ଆଶଙ୍କାକୁ ଅସ୍ବୀକାର କରିଛି ପ୍ରାଣୀ ଚିକିତ୍ସକ । ତେବେ କେଉଁ କାରଣରୁ ଏତେ ସଂଖ୍ୟକ କୁକୁଡା ମରୁଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନି ।
Related Posts
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021
ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
18 January 2021