ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ

Published By : Prameya-News7 Bureau | August 23, 2019 IST

ପଟ୍ଟାମୁଣ୍ଡାଇ ୨୩|୮ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ବଗଗହଣ ଓ ମଠଆଡିଆରେ ଥିବା ଦେଶୀୟ ପକ୍ଷୀମାନଙ୍କର ଆଜିଠାରୁ ଗଣନା ଆରମ୍ଭ ହୋଇଛି ।

{"id":147870}

ଏହି ଗଣନା ପ୍ରକ୍ରିୟା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଦୁଇଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ ରେ ୫ଜଣ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ।

{"id":147872}

ମୁଖ୍ୟତଃ ଏହି ସମୟରେ ଦେଶୀୟ ପକ୍ଷୀ କାପରଖାଇ, ଅଜଂନା, ରାଣୀବଗ, ପାଣିକୁଆ, ଖଇରା ଓ ଗେଣ୍ଡାଳିଆ ଆଦି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଆସିଥାନ୍ତି । ବଂଶ ବିସ୍ତାର ପାଇଁ ଏଠାରେ ଗୁଁଆ, ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.