Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଭିତରକନିକାକୁ ଆସିଛନ୍ତି ୧୨୧ ପ୍ରଜାତିର ପକ୍ଷୀ, ଗତବର୍ଷ ଅପେକ୍ଷା ୧୬ପ୍ରଜାତି ଅଧିକ

7/01/2021 at 10:19 AM

ପଟ୍ଟାମୁଣ୍ଡାଇ ୭।୧: ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ପାଇଁ ପକ୍ଷୀ ଆକଳନ ସରିଛି । ଚଳିତ ବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିବା ଜଣାପଡିଛି । ଗତବର୍ଷ ୧୦୫ ପ୍ରଜାତିର ୧ ଲକ୍ଷ ୧୮ ହଜାର ୩୨୬ଟି ପକ୍ଷୀ  ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ୧୬ ପ୍ରଜାତିର ୧୭ ହଜାର ୭୬୬ଟି ପକ୍ଷୀ  ଅଧିକ ରହିଛନ୍ତି । ତେବେ ଏହି ବୃଦ୍ଧି ବିଗତ ୧୩ ବର୍ଷରେ ସର୍ବାଧିକ ବୃଦ୍ଧି ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ବୁଧବାର ସକାଳ ୫ଟା ୩୦ମିନିଟ୍‌ରୁ ଆରମ୍ଭ ହୋଇଥିଲା । ୫ଟି ରେଞ୍ଜ୍‌ରେ ୧୬ଟି ଟିମ୍ ଗଣତିରେ ନିୟୋଜିତ ହୋଇଥିଲେ । ପ୍ରତିଟି ଟିମ୍‌ରେ ୫ ଜଣ ଲେଖାଏଁ  ସଦସ୍ୟ ରହିଥିଲେ । ପ୍ରତିଟି ଟିମ୍‌ରେ ବନ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ ଓ ଏନଜିଓ ମେମ୍ବରମାନେ ସାମିଲ ରହିଥିଲେ ।

ଭିତରକନିକାର ରାଜନଗର, କନିକା, ଗହିରମଥା, କୁଜଙ୍ଗ ପ୍ରଭୃତି ରେଞ୍ଜ୍‌ରେ ଜଙ୍ଗଲ ଭିତରେ ଥିବା ଜଳାଶୟ ଓ ସମୁଦ୍ର ଭିତରେ ଥିବା ଟାପୁରେ ଗଣନା କରାଯାଇଥିଲା । ଏହି ସମୟରେ ଦେଶୀୟ ପକ୍ଷୀ କାପରଖାଇ, ଅଜଂନା, ରାଣୀବଗ , ପାଣିକୁଆ ,ଖଇରା ଓ ଗେଣ୍ଡାଳିଆ ଆଦି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ବଂଶ ବିସ୍ତାର ପାଇଁ ଗୁଁଆ,ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି ।

   Related Posts