ଆଜିଠାରୁ ଅନୁଗୁଳ ସାତକୋଶିଆରେ ପକ୍ଷୀ ଗଣନା ; ୯ରୁ କୁମ୍ଭୀର ଗଣନା

Published By : Prameya-News7 Bureau | January 03, 2019 IST

ଅନୁଗୁଳ ୦୩|୦୧:  ଆଜିଠାରୁ ଅନଗୁଳ ସାତକୋଶିଆରେ ପକ୍ଷୀ ଗଣନା ଆରମ୍ଭ ହେବ । ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା ମଧ୍ୟ ଆରମ୍ଭ ହେବ। ସାତକୋଶିଆ, ମହାନଦୀ ଏବଂ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ହେବ। ଏଥିପାଇଁ ୧୩ ଟି ଟିମ୍ ଗଠନ ହୋଇଛି। ପ୍ରତିବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା ହୋଇଥାଏ। କାରଣ ଏହି ସମୟରେ ଦେଶୀ ଆଉ ବିଦେଶୀ ପକ୍ଷୀଙ୍କର ସାତକୋଶିଆକୁ ଆସିଥାନ୍ତି।

{"id":69920}

ସୂଚନା ଅନୁସାରେ ଗତବର୍ଷ ସାତକୋଶିଆକୁ ୪ ହଜାରରୁ ଉର୍ଦ୍ଧ ପକ୍ଷୀଙ୍କର ସମାଗମ ହୋଇଥିଲା। ସେହିପରି ମହାନଦୀରେ ୯ ଟି ଘଡ଼ିଆଳ କୁମ୍ଭୀର ଥିବା ଗଣନା ମଧ୍ୟ ହୋଇଥିଲା । ଗଣନା ପାଇଁ ବନ ବିଭାଗ ସବୁ ପ୍ରକାର ପ୍ରସ୍ତୁତି ଏବଂ ସତର୍କତା ଅବଲମ୍ବନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.