ଚିଲିକା ପକ୍ଷୀଗଣନାରେ ଏଥର ପକ୍ଷୀ ସଂଖ୍ୟା ବୃଦ୍ଧି ; ୧୮୧ ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଅଛନ୍ତି

Published By : Prameya-News7 Bureau | January 05, 2019 IST

ଚିଲିକା ୫|୧: ଚିଲିକା ପକ୍ଷୀଗଣନାରେ ଏଥର  ପକ୍ଷୀ ସଂଖ୍ୟା ବଢ଼ିଛି।  ଏବର୍ଷ ୧୮୧ ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଅଛନ୍ତି। ଏମାନଙ୍କ ମଧ୍ୟରୁ  ୧୦୫ ପ୍ରଜାତିର ୧୦ ଲକ୍ଷ ୨୧ ହଜାର ୫୬୩ଟି  ଜଳ ପକ୍ଷୀ  ଏବଂ ୭୬ ପ୍ରଜାତିର ୨୬ ହଜାର ୪୦୫ ଜଳ ଉପରେ ନିର୍ଭର କରୁଥିବା ପକ୍ଷୀ ।

{"id":70146}

ଗତବର୍ଷ ଚିଲିକାରେ ୧୪୭ ପ୍ରଜାତିର ୮ଲକ୍ଷ ୯୩ ହଜାର ୩୯୦ଟି ପକ୍ଷୀ ଚିହ୍ନଟ ହୋଇଥିଲା ସେମାନଙ୍କ ମଧ୍ୟରୁ ୯୫ଟି ପ୍ରପଜାତିର  ୮ଲକ୍ଷ ୬୭ ହଜାର ୮୩୪ ପକ୍ଷୀ ଜଳ ପକ୍ଷୀ । ଏବଂ ୫୨ ପ୍ରଜାତିର ୨୫ ହଜାର ୫୫୬ ଜଳ ଉପରେ ନିର୍ଭର କରୁଥିବା ପକ୍ଷୀ ।

{"id":70143}

ସେହିପରି ନଳବଣରେ ଏବର୍ଷରେ ୩ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଚିହ୍ନଟ ହୋଇଛି। ଗତବର୍ଷ ନଳବଣରେ ୩ ଲକ୍ଷ ୨୦ ହଜାର ୮୨୬ଟି ଚଢ଼େଇ ଚିହ୍ନଟ ହୋଇଥିଲା। ଚିଲିକାରେ ଏଅବର୍ଷ ହୋଇଥିବା ଘେରି ଉଚ୍ଛେଦ କାରଣରୁ ପକ୍ଷୀଙ୍କ ପାଇଁ ଖୋଲା ସ୍ଥାନ ପର୍ଯ୍ୟାପ୍ତ ପରିମାଣରେ ମିଳିଥିଲା। ତେଣୁ ଅଧିକ ସଂଖ୍ୟକ ଚଢ଼େଇ ଆସିଥିଲେ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.