ଜାନୁଆରୀ ୫ରେ ଚିଲିକାରେ ପକ୍ଷୀ ଗଣନା

Published By : Prameya-News7 Bureau | January 04, 2021 IST

ଟାଙ୍ଗୀ ୪।୧: ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟ କିଭଳି ହେବ ସେନେଇ ସୋମବାର ଗଣନାକାରୀଙ୍କ ଟ୍ରେନିଂ ଅନୁଷ୍ଠିତ ହୋଇଯାଇଛି । ବାଲୁଗାଁ ସ୍ଥିତ CDA କାର୍ଯ୍ୟ।ଳୟରେ ପକ୍ଷୀ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଚିଲିକା ଡିଭିଜନର ୫ଟି ରେଞ୍ଜ ଇଲାକା ଚିଲିକା ମଧ୍ୟରେ ଚଳିତ ବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ସେନେଇ ସରକାରୀ ଭାବେ ଏହି ପକ୍ଷୀ ଗଣନା କରାଯିବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.