ଗୋଟିଏ ଦିନରେ ନନ୍ଦନକାନନରେ ପକ୍ଷୀଗଣତି ଶେଷ

Published By : Prameya-News7 Bureau | January 04, 2021 IST

ବାରଙ୍ଗ ୪।୧: ରାଜ୍ୟରେ ବିଭିନ୍ନ ଜଳାଶୟମାନଙ୍କରେ ଜଳଚର ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଯାଇଛି । ଚିଲିକାରେ ଆସନ୍ତା ୫ ତାରିଖ, ମାଙ୍ଗରଭରେ ୬ତାରିଖ ଓ ହୀରାକୁଦରେ ୭ ତାରିଖରେ ପକ୍ଷୀ ଗଣନା ହେବାକୁ ଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ୩ ତାରିଖରେ ପକ୍ଷୀ ଗଣନା ଶେଷ ହୋଇଯାଇଛି । ରିପୋର୍ଟ ମିଳିବା ବିଳମ୍ବ ହେବା ନେଇ ପିସିସିଏଫ ହରିଶଙ୍କର ଉପାଧେୟ ସୂଚନା ଦେଇଛନ୍ତି ।

{"id":386819,"sizeSlug":"large","linkDestination":"none"}

ନନ୍ଦନକାନନ ନିକଟସ୍ଥ ଜଳାଶୟରେ ଥିବା ଜଳଚର ପକ୍ଷୀଙ୍କୁ ୩ ତାରିଖର ଗୋଟିଏ ଦିନରେ ସମ୍ପୂର୍ଣ୍ଣ ପକ୍ଷୀ ଗଣନା ଶେଷ ହୋଇଯାଇଛି । କାଞ୍ଜିଆହ୍ରଦ, ହମିରାଟଙ୍କି, କିଆଖଣି, ବଡବାଙ୍କ, କଟୁରୀଘଷା ହ୍ରଦ ୫ଟି ଜଳାଶୟମାନଙ୍କରେ ଥିବା ଜଳଚର ପକ୍ଷୀମାନଙ୍କୁ ଗଣନା କରାଯାଉଛି । ୧୦ ଜଣିଆ ଅନୁସନ୍ଧାନକାରୀ ଛାତ୍ରଛାତ୍ରୀ, ଗବେଷକ ଓ ବନ ଅଧିକାରୀ ଏହି ଗଣତି କାର୍ଯ୍ୟରେ  ନିୟୋଜିତ ହୋଇଛନ୍ତି । ଏଠାରେ ଥିବା ଆଦ୍ରଭୂମି ଓ ଜଳାଶୟଗୁଡିକ ଏହାର ପରିବେଶକୁ ଆକର୍ଷଣୀୟ କରିବାର ବେଶ୍ ସହାୟକ ହୋଇଥାଏ । କାଞ୍ଜିଆହ୍ରଦ, ହମିରାଟାଙ୍କି, ବଡବାଙ୍କ, କିଆଖଣି ଓ କଟୁରିଘଷା ଭଳି ୫ଟି ଜଳାଶୟକୁ ବିଭିନ୍ନ ଋତୁରେ ଭିନ୍ନଭିନ୍ନ ପ୍ରଜାତିର ପକ୍ଷୀମାନେ ଧାଇଁ ଆସିଥାନ୍ତି ।

{"id":386820,"sizeSlug":"large","linkDestination":"none"}

ଅନ୍ୟ ଅଞ୍ଚଳରୁ ପକ୍ଷୀଗୁଡିକ ଆସି ଏଠାରେ ଥିବା ଆଦ୍ରଭୂମିରେ ଥିବା ଘାସବୁଦାରେ ବସାବାନ୍ଧି ବଂଶ ବୃଦ୍ଧି କରିଥାନ୍ତି । ଋତୁ ପରିବର୍ତ୍ତନ ହେଲେ ପୁଣି ନିଜ ଅଞ୍ଚଳକୁ ଫେରି ଯାଇଥାନ୍ତି । ବିଶେଷ କରି ୩ ପ୍ରଜାତିର ପାଣିକୁଆ, ହଂସରାଡି, ୩ ପ୍ରଜାତିର ବଗ, ମାଛରଙ୍କା, କାମ ଚଢେଇ, ଚକୁଆ, ଗେଣ୍ଡାଳିଆ, ଲାଫିଙ୍ଗଉଇଙ୍ଗସ, ଜାକାନା, ଆଇବିସ, ସେଣ୍ଡଫାଇଟର, ବ୍ରାହ୍ମଣୀବତକ, ଡାଟର, ଅନ୍ଧାରିବଗ, ବିକଟ୍ରନ ଓ ଖପରଖାଇ ଭଳି ପ୍ରାୟ ୨୮ ପ୍ରଜାତିର ୧୧୮୪ଟି ଜଳଚର ପକ୍ଷୀ ଚଳିତବର୍ଷ ଏଠାକୁ ଆସିଛନ୍ତି । ଯାହାକି  ଗତବର୍ଷ ତୁଳନାରେ ଚଳିତବର୍ଷ କମ୍ ସଂଖ୍ୟକ ପକ୍ଷୀ ଆସିଥିବାର ସୂଚନା ମିଳିଛି । ଗତବର୍ଷ ୧୫୯୪ଟି ପକ୍ଷୀ ଏଠାକୁ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.