ଚିଲିକାରେ ପକ୍ଷୀଗଣନା ଆରମ୍ଭ, ୨୧ଟି ଟିମ୍ ସାମିଲ୍

Published By : Prameya-News7 Bureau | January 05, 2020 IST

କୃଷ୍ଣପ୍ରସାଦ ୫।୧: ଆଜିଠାରୁ ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ଓ୍ବାଇଲ୍ଡ ଲାଇଫ୍ ଓଡିଶା, ଓୟୁଏଟି ଭୁବନେଶ୍ବର ପ୍ରାଣୀ ଚିକିତ୍ସକ ବନ ବିଭାଗର କର୍ମଚାରୀମାନେ ଏହି ଟିମ୍ ରେ ସାମିଲ ଅଛନ୍ତି ।

{"id":207031,"sizeSlug":"large"}

ପକ୍ଷୀ ବିଷାରଦମାନେ ବାଇନାକୁଲାର ସାହାଯ୍ୟରେ ପକ୍ଷୀଗଣନା ଆରମ୍ଭ କରିଛନ୍ତି । ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଚିଲିକାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଚାଲିବା ସମସ୍ତ ଟିମ୍ ଗଣନା ସାରିବା ପରେ ଚୂଡାନ୍ତ ତାଲିକା ବାଲୁଗଁ। ଡିଏଫଓଙ୍କ କାର୍ଯ୍ୟାଳୟରେ ହସ୍ତାନ୍ତର କରିବେ । ତାଲିକା ହସ୍ତାନ୍ତର କରିବା ପାଇଁ ସମସ୍ତ ଟିମକୁ ସୂଚନା ଦିଆଯାଇଛି ।

{"id":207033,"sizeSlug":"large"}

ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବନ୍ୟପ୍ରାଣୀ ବନାଚଂଳ, ବାଲୁଗଁ।ର ଆନୁକୁଲ୍ୟରେ ଏହି ପକ୍ଷୀଗଣନା ଆରମ୍ଭ ହୋଇଛି । ଚଳିତବର୍ଷ ଶୀତର ପ୍ରକୋପ ଅଧିକ ଥିବାରୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିବା ନେଇ ଆଶା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.