Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀ ଗଣନା, ୨୧ଟି ଟିମ୍ ଗଣତିରେ ସାମିଲ

7/01/2021 at 9:43 AM

ସମ୍ବଲପୁର ୭।୧: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ବିଦେଶୀ ପକ୍ଷୀ ଗଣନା । ଗୁରୁବାର ସକାଳ ୬ଟାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଫରେଷ୍ଟ ଡିଭିଜନର ମୋଟ୍ ୨୧ଟି ଟିମ୍ ସହିତ ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି ।  ପ୍ରତ୍ୟେକ ଟିମ୍ ମୋଟର ଚାଳିତ ଡଙ୍ଗାରେ ପକ୍ଷୀ ଗଣନା ପାଇଁ ବ୍ୟବହୃତ ବାଇନାକୁଲାର, କ୍ୟାମେରା ଆଦି ଧରି ଜଳଭଣ୍ଡାରକୁ ପ୍ରବେଶ କରିଛନ୍ତି । ଏହି ଗଣନାରେ ୧୪ଟି ଡଙ୍ଗା, ୬ଟି ଲଞ୍ଚ ଓ ଗୋଟିଏ ମଟର ଭେହିକିଲ ଏଥିରେ ସାମିଲ ଅଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଜଳଭଣ୍ଡାରକୁ ୯୨ପ୍ରଜାତିର ଏକ ଲକ୍ଷ ୪୫ହଜାର ୯୪୬ପକ୍ଷୀ ଆସିଥିଲେ । କାସପିଆନ ସି, ଅରାଲ ସି, ମଙ୍ଗୋଲିଆ, ହିମାଳୟ ଆଦି ଅଞ୍ଚଳରୁ ପୋଚାର୍ଡ, ବିଲ, ପେଣ୍ଟେଡ଼ ଷ୍ଟ୍ରକ, ଗ୍ରେଟ ଡକ ଭଳି ଅନେକ ପ୍ରଜାତିର ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି । ଦୂର ଦୂରାନ୍ତରୁ ଆସିଥିବା ଏହି ପକ୍ଷୀମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି । ଅନୁକୂଳ ପାଗ ଓ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦେଖିଲେ ବିଦେଶୀ ପକ୍ଷୀଙ୍କ ପାଇଁ ଖାଦ୍ୟ ସମସ୍ୟା ରହିବ ନାହିଁ । ସେପଟେ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ମଧ୍ୟ ଜଣାପଡିଛି ।

   Related Posts