ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ୨୧ଟି ଟିମ୍ ନିୟୋଜିତ

Published By : Prameya-News7 Bureau | January 05, 2021 IST

ଟାଙ୍ଗୀ ୫।୧: ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚିଲିକାରେ ଆରମ୍ଭ ହୋଇଛି ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କାର୍ଯ୍ୟ । ଏହି ପକ୍ଷୀଙ୍କ ଗଣନା ପାଇଁ ୫ଟି ରେଞ୍ଜ (ଚିଲିକା, ସାତପଡ଼ା, ରମ୍ଭା, ନୂଆପଡା, ଟାଙ୍ଗୀ)ରେ ମୋଟ୍ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୪ରୁ ୫ ଜଣ ଗଣନାକାରୀ ଅଛନ୍ତି । ବାଇନାକୁଲାର୍, ବାର୍ଡସ୍ ଗାଇଡ୍ ବୁକ୍, ବାର୍ଡ ଏକ୍ସପର୍ଟ ସାହାଯ୍ୟରେ ଗଣନା କରାଯାଉଛି ।

{"id":387093,"sizeSlug":"large","linkDestination":"none"}

ଏହି ଗଣନା କାର୍ଯ୍ୟ ପାଇଁ ୧୧୧ ଜଣ ନିୟୋଜିତ ହୋଇଛନ୍ତି । ଏଥିରେ ୧୯ଟି ଟିମ୍ ଜଳ ଭାଗରେ ଏବଂ ୨ଟି ଟିମ୍ ସ୍ଥଳ ଭାଗରେ ଗଣନା କରୁଛନ୍ତି । ସକାଳ ୫ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ ଏବଂ ଗଣନାକାର୍ଯ୍ୟ ବେଳେ ଚିଲିକା ମଧ୍ୟକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ରହୁଥିବା ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ମାଛଧରା ଉପରେ ରୋକ୍ ଲଗାଇଛି ବନ୍ୟପ୍ରାଣୀ ବିଭାଗ ।

{"id":387094,"sizeSlug":"large","linkDestination":"none"}

ଏହି ଗଣନା କାର୍ଯ୍ୟରେ ୧୯ଟି ଡଙ୍ଗା ସହିତ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ, ପକ୍ଷୀ ସୁରକ୍ଷା ବାହିନୀ ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା, OUATର କର୍ମଚାରୀ, CDA କର୍ମଚାରୀମାନେ ସାମିଲ ହୋଇଛନ୍ତି । ଚିଲିକା ବନ୍ୟପ୍ରାଣୀ ବିଭାଗ ACF ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.