ଆଠଗଡ ବନଖଣ୍ଡର ୫ଟି ରେଞ୍ଜରେ ପକ୍ଷୀ ଗଣନା, ୫୮ଟି ଟିମ୍ ସାମିଲ

Published By : Prameya-News7 Bureau | January 03, 2020 IST

ଆଠଗଡ ୩।୧: ଆଜିଠୁ ରାଜ୍ୟର ବିଭିନ୍ନ ପକ୍ଷୀ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜରେ ୫୮ଟି ଟିମ୍ ଗଣନା କାର୍ଯ୍ୟରେ ଲାଗିଛନ୍ତି । ଆଠଗଡ଼ ରେଞ୍ଜରେ ୧୨ ଟି, ଖୁଣ୍ଟୁଣୀରେ ୧୫, ବଡ଼ମ୍ବାରେ ୧୦, ନରସିଂହପୁର ପୂର୍ବରେ ୬ ଓ ନରସିଂହପୁର ପଶ୍ଚିମ ରେଞ୍ଜରେ ୯ ଟି ଟିମ୍ ନିଜ ନିଜର କ୍ଷେତ୍ରରେ ବିଭିନ୍ନ ଆର୍ଦ୍ରଭୂମି ବୁଲି ପକ୍ଷୀ ଗଣନା କରିବେ ।

{"id":206198,"sizeSlug":"large"}

ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣନା କାର୍ଯ୍ୟରେ ପ୍ରାୟ ୬୦୦ ଜଣ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ସାମ୍ବାଦିକ, ପ୍ରକୃତି ପ୍ରେମୀ ନିୟୋଜିତ ଅଛନ୍ତି । ଏହି ଋତୁରେ ଦେଶ ବିଦେଶରୁ ଆସିଥିବା ବିଭିନ୍ନ ପ୍ରକାରର ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀଙ୍କ ଗଣନା କାର୍ଯ୍ୟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.