Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଫୋନିରେ ଧ୍ବସ୍ତ ବିଧ୍ବସ୍ତ ନିଆଳୀ ପ୍ରାଚୀ ତଟର କାକବହନ ଅଞ୍ଚଳ, ହଜାର ହଜାର ପକ୍ଷୀ ଏବେ ବାସହରା : ନନ୍ଦନକାନନ ବି ହରାଇଛି ପ୍ରାକୃତିକ ସୌନ୍ଦର୍ଯ୍ୟ

15/05/2019 at 5:34 PM

ଭୁବନେଶ୍ବର ୧୫|୫: ଫୋନିର ପ୍ରଳୟଙ୍କାରୀ ପବନରେ ଉଡିଯାଇଛି ବସା । ଝଡ ତୋଫାନ ଛଡାଇ ନେଇଛି ସାଥୀ ଓ ଶାବକ । ତଥାପି ହଜିନି ଠିକଣା । ଥୁଣ୍ଟା ଡାଳରେ ବସି ଗୁମୁରି ଗୁମୁରି କାନ୍ଦୁଛନ୍ତି ଅନେକ ପକ୍ଷୀ । ନିଆଳି ପ୍ରାଚୀତଟ କାକବହନରେ ରହୁଥିବା ହଜାର ହଜାର ପକ୍ଷୀ ଫୋନି ବାତ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତି ଯାଇଥିବା ପକ୍ଷୀ ଏବେ ନିଡ ଖୋଜିବାରେ ବ୍ୟସ୍ତ । ସେପଟେ ନନ୍ଦନକାନନରେ ଅନେକ ଗଛ ଭାଙ୍ଗି ଯାଇଥିବାରୁ ସେଠାକାର ପ୍ରାକୃତିକ ପରିବେଶ ବି କ୍ଷତିଗ୍ରସ୍ତ ହୋଇଛି ।

ବିହଙ୍ଗ ଖୋଜୁଛନ୍ତି ନିଡ । ପ୍ରଳୟଙ୍କାରୀ ବାତ୍ୟା ପରେ ହଜାର ହଜାର ପକ୍ଷୀ ଏବେ ବାସହରା । କାରଣ ଯେଉଁ ଥୁଣ୍ଟରେ ସେ ଗୋଟିଏ ଗୋଟିଏ କାଠି, କୁଟା, ଡାଳ ଆଣି ସୁନ୍ଦର ବସାଟିଏ ବାନ୍ଧିଥିଲା ସେ ସବୁକୁ ଉଜାଡି ଦେଇଛି ଫୋନି । ଏ ହେଉଛି ଫୋନିରେ ଧ୍ବସ୍ତ ବିଧ୍ବସ୍ତ ନିଆଳୀ ପ୍ରାଚୀ ତଟର କାକବହନ ଅଞ୍ଚଳ । ଦିନେ ଏଠି ସବୁଜିମା ଭରା ପ୍ରାକୃତିକ ପରିବେଶର କାଉ, ବଗ ଭଳି ପକ୍ଷୀ ମାନଙ୍କର କଳେରବ ଶୁଣିବାକୁ ମିଳୁଥିଲା । ହେଲେ ଏବେ ଏଠି ପଡିରହିଛି ପକ୍ଷୀମାନଙ୍କର ମୃତଦେହ । ଆଉ ଯେଉଁ କିଛି ପକ୍ଷୀ ବଞ୍ଚି ରହିଛନ୍ତି ସେମାନେ ଏବେ ସେମାନଙ୍କ ଉଜୁଡା ସଂସାରକୁ ଖୋଜୁଛନ୍ତି ।ଘୁରିଘୁରି ବୁଲି ଖୋଜୁଛନ୍ତି ସେମାନଙ୍କ ଠିକଣା । ଥୁଣ୍ଟା, ଭାଙ୍ଗା ଡାଳରେ ବସି କିଏ ତାର ବସା ଖୋଜୁଛି ତ ଆଉ କିଏ ଝୁରି ହେଉଛି ହରାଇଥିବା ସାଥୀ ଓ ଶାବକଙ୍କୁ  ।

କେବଳ ନିଆଳୀ ପ୍ରାଚୀ ତଟ ନୁହେଁ ଫୋନିର ପ୍ରଳୟଙ୍କାରୀ ତାଣ୍ଡବରେ ନନ୍ଦନକାନନ ବି ହୋଇଛି ଛାରଖାର ।ଅନେକ ଗଛ ଲୋପ ପାଇଥିବାରୁ  ପ୍ରାକୃତିକ ପରିବେଶ ଧ୍ବସଂ ବିଧ୍ବସ୍ତ ହୋଇଛି ।ଗ୍ରୀଷ୍ମର ୪୪ ଡିଗ୍ରୀ ତାପମାତ୍ରାରେ ନନ୍ଦନକାନନରେ ପକ୍ଷୀମାନଙ୍କୁ ବଞ୍ଚାଇ ରଖିବା କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଖୁଆଡରେ ଥିବା ୧୫ଶହ ଦେଶୀ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ତତ୍ପର ହୋଇଛନ୍ତି । ଖୁଆଡ ପକ୍ଷୀଙ୍କୁ ଛାଡି ଦେଲେ ଏଠାକୁ ମଧ୍ୟ ବାହାରର ପକ୍ଷୀ ଆସି ବସା ବାନ୍ଧିଥାନ୍ତି । ହେଲେ  ବଡବଡ ଗଛ ଭାଙ୍ଗି ପଡିଥିବାରୁ ସେମାନଙ୍କ ରହିବା ମଧ୍ୟ କଷ୍ଟକର ହୋଇଛି ।

ସେପଟେ ବାତ୍ୟା ଫୋନିର ପ୍ରଭାବ ପଡିଛି ଦେଶର ଐତିହ୍ୟ ଭାବରେ ପରିଗଣିତ କଟକର ପୁଲିସ୍ ପାରା । ବାତ୍ୟା ପରେ ଦୂଷିତ ପରିବେଶ ଓ କର୍ମଚାରୀ ଅଭାବ ରାଜ୍ୟ ପୁଲିସର ପାରା ସେବାକୁ ଅବ୍ୟବସ୍ଥା ମଧ୍ୟକୁ ଠେଲିଦେଇଛି। ୧୨୦ ପାରାଙ୍କୁ ୫ଟି ଘରେ ରଖାଯାଇଛି। ବାତ୍ୟା ବେଳେ ଲଗାତାର ସେମାନଙ୍କୁ ୬ଦିନ ପର୍ଯ୍ୟନ୍ତ ବିନା ପାଣିରେ ରଖାଯାଇଥିବା ବେଳେ ସେମାନଙ୍କ ଘର ମଧ୍ୟ ସଫା ହୋଇପାରି ନଥିଲା। ଫଳରେ ସଂକ୍ରମଣ କାରଣରୁ ରାଜ୍ୟ ପୁଲିସର ଏହି ପାରା ମାନେ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। କର୍ମଚାରୀ ଅଭାବକୁ ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ କରିଛନ୍ତି ।

ବାତ୍ୟା ଫୋନି ଅଞ୍ଚଳରେ ଏବେ ପକ୍ଷୀମାନଙ୍କ ପାଇଁ ସବୁଜିମା ହଜିଯାଇଛି । ପରିବେଶ ସନ୍ତୁଳନ ପାଇଁ ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଏବେ ଚ୍ୟାଲେଞ୍ଜ ହୋଇଛି ।

   Related Posts