Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ସେତେବେଳେ ସଚିନ ଓ ଏବେ ବିରାଟ ଶ୍ରେଷ୍ଠ ବ୍ୟାଟସମ୍ୟାନ- ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ

10/04/2020 at 3:25 PM

ସିଡନୀ, ୧୦|୦୪:  ପୂର୍ବତନ ଅଷ୍ଟ୍ରେଲିଆ ଦଳର ଅଧିନାୟକ ମାଇକେଲ କ୍ଲାର୍କ ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ଓ ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ବିରାଟ ସଚିନଙ୍କ ଭଳି ଶତକ ଲଗାଇବାର ଦ୍ରୁଢ ଇଚ୍ଛା ରଖିଥାନ୍ତି । ସେ ଯେତେବେଳେ ଖେଳୁଥିଲେ ସେତେବେଳେ ତେନ୍ଦୁଲକରଙ୍କ ଭଳି ଆଉ କେହି ବ୍ୟାଟସମ୍ୟାନ ନଥିଲେ ।

କ୍ଲାର୍କ କହିଛନ୍ତି ଯେ, ସଚିନଙ୍କୁ ଆଉଟ କରିବା କଷ୍ଟକର ଥିଲା । ତାଙ୍କର ଟେକନିକ୍ ଭଲ ଥିଲା । ସେ ସମସ୍ତ ବ୍ୟାଟସମ୍ୟାନଙ୍କଠାରୁ ସର୍ବଶ୍ରେଷ୍ଠ ଥିଲେ । ତାଙ୍କର କୌଣସି ଦୁର୍ବଳତା ନଥିଲା । ତାଙ୍କ ଭୁଲକୁ ହିଁ ଅପେକ୍ଷା କରିବାକୁ ହେଉଥିଲା । ଏବେ ବିରାଟ କୋହଲି ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ । ସେ ତିନୋଟି ଫର୍ମାଟରେ ଭଲ ଖେଳନ୍ତି । ତାଙ୍କ ଦିନିକିଆ ଓ ଟି୨୦ ରେକର୍ଡ ଚମତ୍କାର ରହିଛି । ସେ ଟେଷ୍ଟରେ ମଧ୍ୟ ଦବଦବା ବନାଇ ରଖିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କୋହଲି ଓ ତେନ୍ଦୁଲକରଙ୍କ ମଧ୍ୟରେ ସମାନତା ରହିଛି । ଉଭୟଙ୍କୁ ଶତକ ଅର୍ଜନ କରିବାକୁ ଭଲ ଲାଗେ । ସଚିନ ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ଭାବେ ୨୦୦ ଟେଷ୍ଟ ଖେଳିବା ସହ ୧୦୦ଟି ଶତକ ଲଗାଇଛନ୍ତି । ଏହା ମଧ୍ୟରେ ୫୧ଟି ଟେଷ୍ଟ ଓ ୪୯ଟି ଦିନିକିଆ ଶତକ ରହିଛି ।

   Related Posts