ବିରାଟ କୋହଲି ସବୁଠୁ ଭଲ ଖେଳାଳି , କିନ୍ତୁ ସବୁଠୁ ଖରାପ ବ୍ୟବହାର ଦେଖାଉଥିବା ଲୋକ ବୋଲି ସମାଲୋଚନା କଲେ ; ନାସିରୁଦ୍ଧିନ ଶାହା

Published By : Prameya-News7 Bureau | December 18, 2018 IST

ବିରାଟ କୋହଲି ସବୁଠାରୁଖରାପ ବ୍ୟବହାର ଦେଖାଉଥିବା ଖେଳାଳୀ, ସେ ନିଜକୁ ବଡ଼ ମନେକରନ୍ତି ଓ ତାଙ୍କ ମନ ଭିତର ବହୁତ ଗର୍ବ ।ଏଭଳି ମନ୍ତବ୍ୟ ଫେସବୁକରେ ଲେଖିଛନ୍ତି ଭେଟେରାନ ହିନ୍ଦୀ ସିନେମା ଅଭିନେତା ନାଶୀରୁଦ୍ଦିନ ଶାହା ।

ନାସିରୁଦ୍ଦିନ ଶାହାନିଜର କମେଣ୍ଟ ପୋଷ୍ଟ କରି ଆହୁରି  ଲେଖିଛନ୍ତି –ବିରାଟକେବଳ ପୃଥିବୀର ବେଷ୍ଟ୍ ଖେଳାଳୀ ନୁହଁନ୍ତି ସେ ମଧ୍ୟ  ପୃଥିବୀର ସବୁଠୁ ବେଶି ଖରାପ ବ୍ୟବହାର ଦେଖାଉଥିବା ଖେଳାଳି। ତାଙ୍କର କ୍ରିକେଟ ଦକ୍ଷତା ସହ ତାଙ୍କର ଗର୍ବ ଓ ଖରାପ ବ୍ୟବହାର ଅନେକ ପରିମାଣରେ ଅଛି । ମୁଁ ଚାହୁଁନାହଁଏହି ଉପାୟରେ ଲୋକ ଠୁଁ ଦୂରେଇଯିବାକୁ ବୋଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି । ନାଶିରୁଦ୍ଦିନଙ୍କ ଏହିପୋଷ୍ଟ୍  ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

wp:core-embed/facebook {"url":"https://www.facebook.com/NaseeruddinOfficial/posts/503608350130487","type":"rich","providerNameSlug":"facebook","className":""}
https://www.facebook.com/NaseeruddinOfficial/posts/503608350130487
/wp:core-embed/facebook

ସୂଚନାଯୋଗ୍ୟ ଯେ, କିଛିଦିନତଳେ ଜଣେ ପ୍ରଶଂସକଙ୍କୁ ଦେଶ ଛାଡିଯିବା ପାଇଁ କଟାକ୍ଷ କରି ବିରାଟ କୋହଲୀ ସୋସିଆଲ ମିଡିଆରେ ଟୋ୍ରୋଲରଶିକାର ହୋଇଥିଲେ । ଏହି ପ୍ରଶଂସକ ଲେଖିଥିଲେ ଯେ, ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ତାଙ୍କୁ ଇଂଲଣ୍ଡଓ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଭଲ ଲାଗନ୍ତି ।

ନାସିରୁଦ୍ଦୀନଙ୍କ ପୋଷ୍ଟକୁବହୁ ଲୋକ ପସନ୍ଦ କରିଥିବାବେଳେ ବହୁ ଲୋକମଧ୍ୟ ତାଙ୍କୁ ଟ୍ରୋଲ କରିଛନ୍ତି । ତାଙ୍କ ଫେସବୁକ କମେଣ୍ଟକୁନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି ।ତେବେ ଅଷ୍ଟେଲିଆ ଖେଳାଳିଙ୍କୁ ପରାସ୍ତ କରିବାକୁ ହେଲେଏଭଳି ଆଟିଟ୍ୟୁଡ ରହିବା ଆବଶ୍ୟକ ବୋଲି ବିରାଟ କୋହଲି ମଧ୍ୟ କହିଥିଲେ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.