'ଭୁଲ୍ ଟିମ୍ ଚୟନ ହୋଇଥିଲା', WTC ଫାଇନାଲ୍ ହାରିବା ପରେ କୋହଲି ଓ ଶାସ୍ତ୍ରୀଙ୍କ ଉପରେ ବର୍ଷିଲେ ପୂର୍ବତନ ଚୟନକର୍ତ୍ତା

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ, ୨୫/୦୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ପରାସ୍ତ ହୋଇଛି । ସାଉଥମ୍ପଟନରେ ଖେଳାଯାଇଥିବା ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ବିରାଟ ବାହିନୀକୁ ୮ ଓ୍ୱିକେଟରେ ପରାସ୍ତ କରିଥିଲା । ଏହି ପରାଜୟ ପରେ ବାରତର ଚୁଡାନ୍ତ ଏକାଦଶକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଦଳ ଦୁଇଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା । ଏହାକୁ ନେଇ ମ୍ୟାନେଜମେଣ୍ଟ ସମାଲୋଚନାର ଶିକାର ହେଉଛି । ଦଳର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂ ଏଥିପାଇଁ  ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ଦାୟୀ କରିଛନ୍ତି।

ସରନଦୀପ ୨୦୧୭ରୁ ୨୦୨୦ ଯାଏଁ ଭାରତୀୟ ଦଳରେ ଚୟନକର୍ତ୍ତା ରହିଥିଲେ । ଏହାସହ ସେ ସେହି ଚୟନକର୍ତ୍ତାଙ୍କ ଟିମ୍‌ରେ ସାମିଲ ଥିଲେ ଯେଉଁ ଟିମ୍ ଇଂଲଣ୍ଡ ଯାତ୍ରା କରିଥିଲା ।

ସରନଦୀପ କହିଛନ୍ତି ଯେ, ଚୁଡାନ୍ତ ଏକାଦଶରେ କିଏ ସାମିଲ ହେବ ତାହାର ଦାୟିତ୍ୱ ଅଧିନାୟକଙ୍କର ଅଟେ । ଶର୍ଦ୍ଦୁଳ ଠାକୁରଙ୍କୁ ଅନ୍ତିମ ୧୫ରୁ ବାଦ୍ ଦେବା ଠିକ୍ ନଥିଲା । ଶର୍ଦ୍ଦୁଳ ଚୁଡାନ୍ତ ଏକାଦଶରେ ସାମିଲ ହୋଇଥିଲେ ଭଲ ହୋଇଥାନ୍ତା । କାରଣ ସେ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିଲେ । ସେ କେବେହେଲେ ସୁଯୋଗ ହାତଛଡା କରି ନାହାଁନ୍ତି ।

ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତର ଟିମ୍ କମ୍ବିନେସନ୍ ଠିକ୍ ନଥିଲା । ଦଳର ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି । ଭାରତ ଖେଳର ପରିସ୍ଥିତିକୁ ଦେଖି ଦୁଇ ଜଣ ସ୍ପିନରଙ୍କୁ ଖେଳାଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ୫ ଦ୍ରୁତ ବୋଲରଙ୍କୁ ଖେଳାଇଥିବା ବେଳେ ଏକମାତ୍ର ସ୍ପିନର ଏଜାଜ୍ ପଟେଲଙ୍କୁ ବସାଇ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.